ବୋଲେରୋ ଓଲଟି ୫ ଗୁରୁତର

ବୋଲେରୋ ଓଲଟି ୫ ଗୁରୁତର

ଚଣ୍ଡିଖୋଲ,: ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ଵର ଜାତୀୟ ରାଜପଥର ମାଝୀଗୌରୀ ଛକରେ ଆଜି ଏକ ବୋଲେରୋ ଓଲଟି ପଡ଼ିବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ପାଇଁ କଟକରେ ରକ୍ତଦାନ କରି ଫେରୁଥିବା ଟିମ୍‌ ବଡ଼ଚଣାର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ନେଇ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ବାଲେଶ୍ୱର ଅଞ୍ଚଳର ପ୍ରଦୀପ୍ତ କୁମାର ମହାପାତ୍ର, ତାଙ୍କ ପତ୍ନୀ ନିବେଦିତା, ସେମାନଙ୍କ ପଡ଼ୋଶୀ ପର୍ଶୁରାମ ପାତ୍ର ଓ ପ୍ରାଣବନ୍ଧୁ ଅଗସ୍ତି ଏବଂ ଗାଡ଼ିର ଚାଳକ। ପ୍ରଦୀପ୍ତ ତାଙ୍କ ଝିଅକୁ ଭୁବନେଶ୍ୱରରେ ଏକ ଛାତ୍ରାବାସରେ ଛାଡ଼ି ବାଲେଶ୍ୱର ଅଭିମୁଖେ ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବଡ଼ଚଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋଟିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe