ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଘାଟିରୁ ୫୦ଫୁଟ ତଳକୁ ଖସି ପଡ଼ିଲା ବୋଲେରୋ

Advertisment
ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଘାଟିରୁ ୫୦ଫୁଟ ତଳକୁ ଖସି ପଡ଼ିଲା ବୋଲେରୋ

ସାଙ୍କେତିକ ଫଟୋ

ମୋହନା: ରାଇଗଡ଼ା ଥାନା ମାର୍ଲବା ଘାଟିରୁ ଭାରସାମ୍ୟ ହରାଇ ସୋମବାର ଅପରାହ୍ନରେ ଏକ ବୋଲେରୋ ଖସି ପଡ଼ିଛି। ପ୍ରାୟ ଘାଟିରୁ ୫୦ଫୁଟ ତଳକୁ ବୋଲେରୋ ଖସି ପଡ଼ିବା ହେତୁ ସେଥିରେ ଥିବା ୮ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଖଜୁରୀପଡ଼ା ମେଡିକାଲରେ ଚିିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସହିମ ବିଶୋଇ, ସୋନାଲି ବିଶୋଇ, ହିତେଶ ବିଶୋଇ ଓ ରାକେଶ ବିଶୋଇ। ଅନ୍ୟମାନଙ୍କ ନାମ ଜଣାପଡ଼ିନାହିଁ।

publive-image

ସୂଚନାଯୋଗ୍ୟ, ନୂଆବର୍ଷ ପାଇଁ ଆଜି ସକାଳେ ଗାଙ୍ଗପୁର ଗାଁର ୮ ଜଣ ଯୁବକ ଏକ ବୋଲେରୋରେ ପିକନିକ୍‌ କରିବାକୁ ଗଣ୍ଡାହାତୀ ଜଳ ପ୍ରପାତକୁ ଯାଇଥିଲେ। ଭୋଜି ସାରି ଭଞ୍ଜନଗର ଫେରୁଥିବା ବେଳେ ବୋଲେରୋଟି ଭାରସାମ୍ୟ ହରାଇ ରାଇଗଡ଼ ଥାନା ମାର୍ଲବା ଘାଟିରୁ ପ୍ରାୟ ୫୦ ଫୁଟ୍‌ ତଳକୁ ଖସିପଡ଼ିଲା। ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧର କରି ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତିମା ବିଶୋଇ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe