ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୪ ଗୁରୁତର

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବାଇପାସ ନିକଟରେ ଗୁରୁବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ  ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଜାତୀୟ ରାଜପଥର ଡିଭାଇଡ଼ରରେ ପିଟିହୋଇଛି। ଏହି ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି...

Updated On

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବାଇପାସ ନିକଟରେ ଗୁରୁବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ  ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଜାତୀୟ ରାଜପଥର ଡିଭାଇଡ଼ରରେ ପିଟିହୋଇଛି। ଏହି ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି...

ଅଦ୍ୟତନ ହୋଇଛି
WhatsApp Image 2024-10-10 at 7.36.04 AM

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବାଇପାସ ନିକଟରେ ଗୁରୁବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ  ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଜାତୀୟ ରାଜପଥର ଡିଭାଇଡ଼ରରେ ପିଟିହୋଇଛି। ଏହି ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି।  ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ପଶ୍ଚିବଙ୍ଗ ଏଗ୍ରା ଥାନା ଅନ୍ତର୍ଗତ ଏହି କାରିଗରମାନେ ମା’ ଦୁର୍ଗାଙ୍କ ପୂଜା ପେଣ୍ଡାଲ ପାଇଁ ୨ ମାସ ଧରି ଭୁବନେଶ୍ୱର ବରୁମୁଣ୍ଡାରେ କାମ କରୁଥିଲେ। ପୂଜା ମଣ୍ଡପ କାମ ସାରିବା ପରେ କାଲି ଏକ ବୋଲେରୋ ଯୋଗେ ଘରକୁ ବାହାରି ଥିଲେ।

ରାଜଘାଟ ବାଇପାସ ନିକଟରେ ପଛ ପଟୁ ଏକ ଡମ୍ପର ଧକ୍କା ଦେବାରୁ ବୋଲେରୋ ରୋଡ ଡିଭାଇଡ଼ରରେ ବାଡେଇ  ଚାପି ହୋଇଯାଇଥିଲା।  ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଦଳ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe