ଚୋରା କାଠ ବୋଝେଇ ବୋଲେରୋ ଜବତ

ଚୋରା କାଠ ବୋଝେଇ ବୋଲେରୋ ଜବତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନର ରାଇସୁଆଁ ମୁସଲିମ ବସ୍ତି ନିକଟରୁ ଗତକାଲି ରାତିରେ ବନ ବିଭାଗ ଏକ କାଠ ବୋଝେଇ ବୋଲେରୋ ଜବତ କରିଛି। ଗାଡ଼ି ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି। କାଠ ବୋଝେଇ ବୋଲେରାଟି ଝାଡ଼ଖଣ୍ଡରୁ ଆସୁଥିବା ସୂଚନା ପାଇ କେନ୍ଦୁଝର ସଦର ରେଞ୍ଜର ବିଜୟ କୁମାର ମହାନ୍ତଙ୍କ ନେତୃତ୍ୱରେ ବନ ବିଭାଗର ଦୁଇଟି ଟିମ୍‌ ବନାଯୋଡ଼ି ଟୋଲ୍‌ପ୍ଲାଜା ନିକଟରେ ଜଗି ରହିଥିଲେ।

ଚୋରା କଠ ବୋଝେଇ ଗାଡ଼ିଟି ଦ୍ରୁତଗତିରେ ଆସି ଟୋଲ୍‌ପ୍ଲାଜା ଅତିକ୍ରମ କରିବା ପରେ ବନ ବିଭାଗ କର୍ମଚାରୀମାନେ ଗାଡ଼ିର ପିଛା କରିଥିଲେ। ବୋଲେରୋଟି ରାତି ପ୍ରାୟ ୨ଟାବେଳେ ରାଇସୁଆଁ ମୁସଲିମ ବସ୍ତି ନିକଟରେ ବନ ବିଭାଗର ବୋଲେରୋକୁ ସମ୍ମୁଖରୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଚାଳକ ଓ ବୋଲେରୋରେ ଥିବା ଅନ୍ୟଜଣେ ବ୍ୟକ୍ତି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ବନ ବିଭାଗ କାଠ ବୋଝେଇ ବେଲେରୋକୁ ଜବତ। ଜବତ ହୋଇଥିବା ୫୦ ସିଏଫ୍‌ଟି ଶାଳ ଚଉକାଠର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି କାଠ ବୋଝେଇ ଗାଡ଼ିଟି ଘଟଗାଁ ରେଞ୍ଜ ସାନ୍ତରାପୁର ଗ୍ରାମକୁ ଯାଉଥିବା ଜଣାପଡ଼ିଛି। ଚଢ଼ଉରେ କେନ୍ଦୁଝର ଟାଉନ ଫରେଷ୍ଟର ପ୍ରଦୀପ ବାରିକ, ଫରେଷ୍ଟ ଗାର୍ଡ ସୁବ୍ରତ ପାତ୍ର ଓ ବନ କର୍ମଚାରୀମାନେ ସାମିଲ ହୋଇଥିଲେ। ଚୋରା କାଠ ବୋଝେଇ ବଲୋରୋ ଗାଡ଼ିକୁ ଏସ୍‌କର୍ଟ କରୁଥିବା ଗାଡ଼ିଟି କୌଶଳକ୍ରମେ ଚମ୍ପଟ ମାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe