ବଲ୍ଲେ ବଲେ ହୋଟେଲ ଦାୟିତ୍ଵରେ ଥିଲେ ପୂର୍ବତନ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ତଥା କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁ

Advertisment
ବଲ୍ଲେ ବଲେ ହୋଟେଲ ଦାୟିତ୍ଵରେ ଥିଲେ ପୂର୍ବତନ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ତଥା କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଲ୍ଲେ ବଲେ ହୋଟେଲ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଛନ୍ତି। ଏହି ବେଆଇନ ଢ଼ାବା ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରାଯାଉଛି ବୋଲି ବିଡ଼ିଓ କହିଛନ୍ତି। ଅନ୍ୟପକ୍ଷରେ ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ଅକ୍ଷୟ ନାୟକ ଏହି ବଲେ ବଲେ ଢ଼ାବା ତିଆରି କରି ଚଳାଉଛନ୍ତି ବିଡିଓ ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଅକ୍ଷୟ ନାୟକ ଧର୍ମଶାଳା ଭବନ ଲିଜ ନେଇଥିବାରୁ ସେ ଏହି ଢ଼ାବା କରିଥିବା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ଅକ୍ଷୟ ନାୟକ କେବଳ ଧର୍ମଶାଳା ଭବନ ଲିଜ ନେଇଛନ୍ତି। ତାଙ୍କୁ କୌଣସି ଢ଼ାବା ଖୋଲିବାକୁ ଅନୁମତି ଦିଆ ଯାଇ ନାହିଁ। ତେଣୁ ଘଟଣାର ସବିଶେଷ ଅନୁଧ୍ୟାନ କରାଯାଉଛି। ଆବଶ୍ୟକ ପଡିଲେ ଅକ୍ଷୟ ନାୟକଙ୍କ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯିବ ବୋଲି ବିଡିଓ କହିଛନ୍ତି। ତେବେ ଅକ୍ଷୟ ନାୟକ ପୂର୍ବତନ ବିଧାୟକ ପ୍ରଣବ ଓ ବିଜେଡି ନେତ୍ରୀ ଏଲିନାଙ୍କୁ ଏହି ବିବାଦରୁ ମୁକୁଳିବା ପାଇଁ ଏପରି ଦାବି କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe