୩୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୦ ଫୁଟ ତଳକୁ ଖସିଲା ବୋଲେରୋ, ୨ ଗୁରୁତର

Advertisment
୩୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୦ ଫୁଟ ତଳକୁ ଖସିଲା ବୋଲେରୋ, ୨ ଗୁରୁତର

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ପୁଞ୍ଜାପାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥ ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଯାତ୍ରୀବାହୀ ବୋଲେରୋ ଖସି ପଡ଼ିବା ଯୋଗୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲରେ ଭର୍ତି କରିଛନ୍ତି।

ରାତି ସାଢ଼େ ୮ଟାରେ ବୋଲେରୋଟି ରାୟଗଡ଼ାରୁ ଦାମନଯୋଡ଼ି ଅଭିମୁଖେ ଯାଉଥିଲା। ରୂପକୋଣା ଛକ ପୂର୍ବରୁ ପୁଞ୍ଜାପାଇ ବୁଲାଣିରେ ଥିବା ବ୍ରିଜ୍ ଉପରେ ବୋଲେରୋ ଭାରସାମ୍ୟ ହରାଇଥିଲା। ଫଳରେ ବ୍ରିଜରୁ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ବୋଲେରୋରେ ଥିବା ୨ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଘଟଣା ସଂପର୍କରେ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। ଟିକିରିରୁ ଆମ୍ବୁଲାନସ୍ ଆସି ପହଞ୍ଚିବା ବେଳକୁ ଆହତଙ୍କୁ ସ୍ଥାନୀୟ ଲୋକେ ମେଡ଼ିକାଲକୁ ପଠାଇ ଦେଇଥିବା ଜଣାପଡିଛି। ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe