ଖୋର୍ଦ୍ଧା: କମେଣ୍ଟମରାକୁ କେନ୍ଦ୍ର କରି ବୋମାମାଡ

Advertisment
ବିସ୍ଫୋରଣରେ ୨ ଯୁବକ ମୃତ : ବାର୍‌ହା ଶିକାର କରିବାକୁ ଯାଇ ନିଜେ ଶିକାର ବନିଗଲେ

ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଆ ବ୍ଲକ୍‌ କୁଞ୍ଜୁରି ପଞ୍ଚାୟତର ଡାଳତଳା ଗ୍ରାମରେ ଗତକାଲି ଲକ୍ଷ୍ମୀପୂଜା ପାଇଁ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ସମୟରେ କମେଣ୍ଟମରାକୁ କେନ୍ଦ୍ର କରି କିଛି ଯୁବକଙ୍କ ମଧ୍ୟ ବଚସା ହୋଇଥିଲା।

publive-image

ଆଜି ଅପରାହ୍ନରେ ସାଇପଦର କିଛି ଯୁବକ ଡାଳତଳା ଗ୍ରାମକୁ ଆସି ଗଣ୍ଡଗୋଳ କରିଥିଲେ। ଏବଂ ଡାଳତଳା ବଜାର ଉପରେ ଅତର୍କିତ ଭାବେ ତିନିଟି ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏଥିରେ ଗ୍ରାମବାସୀ ବୋମାମାଡ କରିଥିବା ସାଇପଦର ଦୁଇଜଣ ଯୁବକଙ୍କୁ କାବୁ କରିଥିଲେ। ଏହାପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖୋର୍ଦ୍ଧା ଟାଉନ୍‌ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe