କୋକେଇଦା ଗ୍ରାମରେ ବୋମା ମାଡ଼ ଘଟଣାରେ ଆଜି ୪ଜଣ ଗିରଫ

Advertisment
କୋକେଇଦା ଗ୍ରାମରେ ବୋମା ମାଡ଼ ଘଟଣାରେ ଆଜି ୪ଜଣ ଗିରଫ

ଗନ୍ଦିଆ:ଗନ୍ଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ ସଙ୍ଘଠିତ ବୋମା ମାଡ ଘଟଣାରେ ଆଜି ଗନ୍ଦିଆ ପୋଲିସ ଏଥିରେ ସମ୍ପୃକ୍ତ ଆଉ ୪ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ସେମାନ ହେଲେ ରାଇତଳା ଗ୍ରାମର ଅଭୟ କୁମାର ସ୍ବାଇଁ ୪୫ବର୍ଷ ରାଇତଳା ଗ୍ରାମର ଅଶୋକ କୁମାର ଦାସ ୪୮ବର୍ଷ ସାନ୍ଦାପସୀପାଟଣା ଗ୍ରାମର ଜଗନ ଦାସ,୩୦ବର୍ଷ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କୁଜଙ୍ଗ ଗ୍ରାମର ଭରତ କିଶୋରୀ ବେହେରା ୪୮ବର୍ଷ ।

ଏମାନେ ୨୭ତାରିଖରେ କୋକେଇଦା ଗ୍ରାମରେ ବୋମା ମାଡ଼ ଘଟଣାରେସମ୍ପୃକ୍ତି ଥିଲେ ପୂର୍ବରୁ ଏହି ଘଟଣାରେ ୩ଜଣକୁ ଗନ୍ଦିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଗ୍ରାମରେ କୁକୁଡ଼ା ଫାର୍ମ କରିଥିବା ଜଗନ୍ନାଥ ଅଗ୍ରୋଭିଟ ଗ୍ରୁପ କମ୍ପାନୀ ତାର ଫାର୍ମ କୁ ଏକ ରାସ୍ତା ନିର୍ମାଣ କୁ ନେଇ ଗ୍ରାମବାସୀ ମାନେ ବିରୋଧ କାଟିଥିଲେ ଏହି ଘଟଣାକୁ ନେଇ ବିବାଦ ହେବା ଫଳରେ କମ୍ପାନୀ ତରଫରୁ କିଛି ଗୁଣ୍ଡା ବୋମା ମାଡ଼ କରିଥିଲେ।  ଗ୍ରାମବାସୀ ମାନଙ୍କର ଅଭିଯୋଗ କ୍ରମେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe