୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରୀ ଘାଟି ରାସ୍ତା ନିକଟରୁ ବିସ୍ଫୋରକ ଜବତ

Advertisment

ଘଟଣାସ୍ଥଳ ପରିଦର୍ଶନ କଲେ ସିଆର୍‌ପିଏଫ୍ କମାଣ୍ଡାଣ୍ଟ୍ ଓ ନର୍ଲା ଡିଏସ୍‌ପି

ଘଟଣାସ୍ଥଳ ପରିଦର୍ଶନ କଲେ ସିଆର୍‌ପିଏଫ୍ କମାଣ୍ଡାଣ୍ଟ୍ ଓ ନର୍ଲା ଡିଏସ୍‌ପି

୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରୀ ଘାଟି ରାସ୍ତା ନିକଟରୁ ବିସ୍ଫୋରକ ଜବତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ସିକେରକୁପା ଫାଣ୍ଡି ଅଞ୍ଚଳର ପୋଖରୀବନ୍ଧଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗଠାରୁ ସାନ୍ତପୁର ମଧ୍ୟରେ ଥିବା ବଞ୍ଜାରୀ ଘାଟି ନିକଟରେ ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ଜବତ କରିଛି ପୁଲିସ। ନିଷ୍କ୍ରିୟ ହୋଇ ପଡ଼ିଥିବା ଏହି ସାତଗୋଟି ଆଇ.ଇ.ଡି. ବିଭିନ୍ନ ପଥର ଖାଦାନରେ ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥାଏ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ କେହି ଜଣେ ଦୁର୍ବୃତ୍ତ ଅଦରକାରୀ ଭାବେ ତଥା ବେଆଇନ ଭାବେ ଏହି ବିସ୍ଫୋରକ ଗୁଡ଼ିକୁ ରାସ୍ତାକଡ଼ିରେ ଫିଙ୍ଗି ଦେଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ପାଖରେ ଏହି ଖବର ପହଞ୍ଚିବା ପରେ ନର୍ଲା ପୁଲିସ ପକ୍ଷରୁ ସିଆର୍‌ପିଏଫ୍ କମାଣ୍ଡାଣ୍ଟ୍ ସୁରେଶ କୁମାରଙ୍କୁ ଖବର ଦିଆଯାଇଥିଲା।

publive-image Sambad

ଏହା ପରେ ସିଆର୍‌ପିଏଫ୍ ଯବାନ ସହିତ ବମ୍‌ ସ୍କ୍ବାର୍ଡ ଓ ଡଗ୍ ସ୍କ୍ବାର୍ଡ ପକ୍ଷରୁ ବଞ୍ଜାରୀ ଘାଟି ନିକଟ ରାସ୍ତା କଡ଼ରେ ରାସ୍ତାର ଉଭୟ ପାର୍ଶ୍ୱ ଯାଞ୍ଚ କରା ଯାଇଥିଲା। କଡାକଡ଼ି ଯାଞ୍ଚ କରାଯିବା ପରେ ଏହି ଦ୍ରବ୍ୟ ନିଷ୍କ୍ରିୟ ହୋଇ ପଡ଼ିଥିବା ତଥା ଏହି ଦ୍ରବ୍ୟ ବିସ୍ଫୋରକ ହୋଇଥିଲେ ହେଁ ବିସ୍ଫୋରଣ ଅବସ୍ଥାରେ ନଥିବା ତଥା ନିଷ୍କ୍ରିୟ ହୋଇଯାଇଥିବା ବମ ସ୍କ୍ବାର୍ଡ ତଥା ସିଆର୍‌ପିଏଫ୍ ଯବାନ ମାନେ ପ୍ରକାଶ କରିଥିଲେ। ସିଆର୍‌ପିଏଫ୍ କମାଣ୍ଡାଣ୍ଟ୍ ସୁରେଶ କୁମାର ତଥା ନର୍ଲା ଡିଏସ୍‌ପି ଅଭିଷେକ ପାଣିଗ୍ରାହୀ ଓ ସିକେରକୁପା ପାଣ୍ଡି ଅଧିକାରୀ ସୁବାସ ଗୁରୁଙ୍କ ଉପସ୍ଥିତରେ ଏହି ସବୁ ବିସ୍ଫୋରକ ଦ୍ରବ୍ୟ ଜବତ୍ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe