ବ୍ୟବସାୟୀଙ୍କ ଘର ସହ ଗାଡି ଉପରକୁ ବୋମାମାଡ

Advertisment
ବ୍ୟବସାୟୀଙ୍କ ଘର ସହ ଗାଡି ଉପରକୁ ବୋମାମାଡ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛପାଖରେ ଥିବା ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ ଉପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ପେଟ୍ରୋଲ ଢାଳି ପିକଅପ ଗାଡି ଜାଳିଦେବା ସହିତ ପାଖରେ ଥିବା ଏକ ଫରଚୁନର ଗାଡିକୁ ଭାଙ୍ଗିଲେ ଦୁର୍ବୁତ୍ତ। ମିଳିଥିବା ସୂଚନା ମୁତାବକ ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଘର ଗ୍ୟାରେଜ ଉପରେ ହୋଇଛି ବୋମାମାଡ଼ ହୋଇଛି।

ତେବେ କେଉଁ କାରଣରୁ ବୋମାମାଡ ସହ ଗାଡି ଜାଳିଲେ କାରଣ ଅସ୍ପଷ୍ଟ ରହିଥିବା ବେଳେ,ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ କାହା ସହିତ କାହାର ଶତୃତା ନଥିବା ମଧ୍ୟ କହିଛନ୍ତି। ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଘରର ସମସ୍ତ ସଦସ୍ୟ ଶୋଇଥିଲେ। ବୋମା ପଡିବାର ଶବ୍ଦ ଶୁଣି ସମସ୍ତେ ଆସି ବାହାରକୁ ଦେଖିବାରୁ ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe