ମୟୂରଭଞ୍ଜରେ ଆରମ୍ଭ ହେଲା ବହି ବଣ୍ଟନ ପ୍ରକ୍ରିୟା, ବିଦ୍ୟାଳୟକୁ ଆସିଲେ ଛାତ୍ରଛାତ୍ରୀ, ମାସ୍କ କି ସାମାଜିକ ଦୂରତା ନାହିଁ

Advertisment
ମୟୂରଭଞ୍ଜରେ ଆରମ୍ଭ ହେଲା ବହି ବଣ୍ଟନ ପ୍ରକ୍ରିୟା, ବିଦ୍ୟାଳୟକୁ ଆସିଲେ ଛାତ୍ରଛାତ୍ରୀ, ମାସ୍କ କି ସାମାଜିକ ଦୂରତା ନାହିଁ

ବାରିପଦା: ମୟୂରଭଞ୍ଜରେ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦିଓ ଏନେଇ କୌଣସି ନିର୍ଦ୍ଦିଷ୍ଟ କିଛି ସରକାରୀ ନିର୍ଦ୍ଦେଶାନାମା ଆସିନାହିଁ, ତଥାପି ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଆଜି ବାରିପଦା ପୌରାଞ୍ଚଳର ଶରତଚନ୍ଦ୍ର ବିଦ୍ୟାପୀଠରେ ବହି ଦିଆଯାଇଛି। ତେବେ ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ବହି ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ମାତ୍ର ଆଜି ଉକ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିଲା। ସେଠାରେ ବହି ବଣ୍ଟାଯାଇଥିଲା।

publive-image

ଏହି ପ୍ରକ୍ରିୟାରେ କିନ୍ତୁ କିଛି ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଥିଲା। ବହୁତ ଦିନ ପରେ ବାହାରକୁ ଆସିଥିବାରୁ ଛାତ୍ରଛାତ୍ରୀମାନେ ସାମାନ୍ୟ ମୁକ୍ତ ଅନୁଭବ କରିଥିଲେ। ତେଣୁ ମାସ୍କ ପିନ୍ଧିବା କିମ୍ବା ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବା ଦେଖାଯାଇନଥିଲା। କର୍ତ୍ତୃପକ୍ଷ ମଧ୍ୟ ଏନେଇ ବିଶେଷ କିଛି ଗୁରୁତ୍ବ ଦେଉଥିବା ଦେଖାଯାଇନଥିଲା। ବର୍ତ୍ତମାନ ସମୟରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇପଡ଼ିଛି। ତେଣୁ ବିଦ୍ୟାଳୟକୁ ଡାକି ବହି ବାଣ୍ଟିବା ବେଳ କର୍ତ୍ତୃପକ୍ଷ ସତର୍କତା ଅବଲମ୍ବନ କରିବାକୁ ଦାବି ହୋଇଛି।

ବହି ହୋମ୍ ଡେଲିଭରୀ ବ୍ୟବସ୍ଥା କରାଯିବ

ବାରିପଦାରେ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ବହି ହୋମ୍ ଡେଲିଭରୀ ବ୍ୟବସ୍ଥା କରାଯିବ। ଏନେଇ କିଛି ବହି ଦୋକାନୀଙ୍କ ସହିତ ଆଲୋଚନା କରାଯିବ। ଯେଉଁମାନେ ଅର୍ଡର ମୁତାବକ ଘରେ ନେଇ ବହି ପହଞ୍ଚାଇପାରିବେ ସେପରି କିଛି ଦୋକାନୀଙ୍କୁ ସ୍ଥିର କରାଯିବ ବୋଲି ଜିଲ୍ଲପାଳ ବିନୀତ ଭରଦ୍ବାଜ ଆଜି ସୂଚନା ଦେଇଛନ୍ତି। ବାରିପଦାରେ ବହି ଦୋକାନଗୁଡ଼ିକ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅନ୍ତତଃ ସପ୍ତାହକୁ କିଛି ଦିନ ବହି ଦୋକାନ ଖୋଲା କରିବାକୁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସମୟରେ ବହି ଦୋକାନ ଖୋଲିବା ନେଇ ଅନୁମତି ଦେବାକୁ ଆଲୋଚନା ଚାଲିଛି। ପରିସ୍ଥିତି ସୁଧୁରିଲେ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମାତ୍ର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବହିର ହୋମ୍ ଡେଲିଭରୀ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe