ବାରିପଦା ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକରେ ପୁସ୍ତକ ବିତରଣ

Advertisment
ବାରିପଦା ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକରେ ପୁସ୍ତକ ବିତରଣ

ବାରିପଦା : ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାରିପଦା ଶାଖା ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୁସ୍ତକ ବିତରଣ କରାଯାଇଛି। ପିଆରଏମ ମେଡିକାଲ କଲେଜ, ଏମକେସି ହାଇସ୍କୁଲ,ବାଇଗଣବାଡିଆ ମହାବିଦ୍ୟାଳୟ ଏବଂ ଗଡିଆ ଆଞ୍ଚଳିକ ମହାବିଦ୍ୟାଳୟର ଗ୍ରନ୍ଥାଗାର ନିମନ୍ତେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ରଚିତ " ସ୍ୱାମୀ ବିବେକାନନ୍ଦଙ୍କ ସାମଗ୍ରୀକ କୃତି" (Complete Works Of Vivekananda)ପୁସ୍ତକାବଳୀ ପ୍ରଦାନ କରାଯାଇଛି ।

ସ୍ୱାମୀଜୀଙ୍କ ବିଚାରଧାରା, ଚିନ୍ତନ ଓ ଆଦର୍ଶକୁ ଯୁବଗୋଷ୍ଠୀ ଓ କିଶୋରକିଶୋରୀମାନଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟନେଇ ପୁସ୍ତକଗୁଡିକୁ ବିତରଣ କରାଯାଇଥିବା ପ୍ରକାଶ। ଏତଦବ୍ୟତୀତ ଶିକ୍ଷାର୍ଥୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଗୀତା ଜ୍ଞାନ ପରିବୃଦ୍ଧି କରିବାନିମନ୍ତେ କେତେକ ଅନୁଷ୍ଠାନରେ ମଧ୍ୟ ଭଗବତ ଗୀତା ମଧ୍ୟ ପ୍ରଦାନ କରାଯାଇଛି। ବାରିପଦା ଶାଖାର ନଗର ପ୍ରମୁଖ ସନ୍ଦୀପ କୁମାର ଚାନ୍ଦ ଏବଂ କାର୍ଯ୍ୟପଦ୍ଧତି ପ୍ରମୁଖ ସନ୍ଦୀପ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe