ଝାରସୁଗୁଡ଼ା: ମୋ ସ୍କୁଲ ଅଭିଯାନ ଆରମ୍ଭ ପରେ ଝାରସୁଗୁଡ଼ା ଜିଲ୍ଲାର ହକି ସଙ୍ଗଠନ ମାତ୍ର ଦୁଇ ବର୍ଷ ଭିତରେ ହକି ଖେଳକୁ ସ୍କୁଲ ଓ କଲେଜସ୍ତରରେ ପରିଚିତ କରିବା ସହ ଅନେକ ଗୁଡ଼ିଏ ପ୍ରତିଯୋଗିତା ଅୟୋଜନ, ବିଶେଷଜ୍ଞମାନଙ୍କ ଦ୍ଵାରା କୋଚିଙ୍ଗ ବ୍ୟବସ୍ଥା ତଥା ଅନେକ ଖେଳପ୍ରେମୀଙ୍କୁ ହକି ଖେଳରେ ଯୋଡି ଏକ ନୂତନ ହକି ହବ ପାଇଁ ଚେଷ୍ଟା ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ହକି ସଂଗଠନର ପରିଚାଳନା କମିଟିର ସଦସ୍ୟ ତଥା ରାଜ୍ୟ ହକି ସଂଗଠନର ଉପସଭାପତି ଜୀବନ ମହାନ୍ତି ଝାରସୁଗୁଡ଼ା ହକି ସଂଗଠନ ଦ୍ଵାରା ପ୍ରକାଶିତ ମୁଖପତ୍ରକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଥିଲେ। ଚଳିତ ବର୍ଷର ହକି ଖେଳର ସଂପୂର୍ଣ୍ଣ ବିବରଣୀ ଏହି ମୁଖପତ୍ରରେ ରହିଛି। ପ୍ରକାଶ ଥାଉକି ଝାରସୁଗୁଡ଼ା ହକି ସଂଗଠନ ଓଡିଶାର ଏକ ମାତ୍ର ସଙ୍ଗଠନ ଯିଏକି କ୍ରମାଗତ ଭାବରେ ସଂଗଠର ମୁଖପତ୍ର ପ୍ରକାଶ କରୁଛି।
ରାଜ୍ୟପାଳଙ୍କୁ ଝାରସୁଗୁ଼ଡା ଜିଲ୍ଲା ହକି ସଂଘର ମୁଖପତ୍ର ପ୍ରଦାନ
Advertisment
Follow Us