ପୁସ୍ତକ ମାଧ୍ୟମରେ ମାତୃ ପ୍ରେମର ଅପୂର୍ବ ନିଦର୍ଶନ

Advertisment

ଯୁବ କବି ଅମିତାଭଙ୍କ ନିଆରା ଉଦ୍ୟମ; ଜନ୍ମଦାତ୍ରୀଙ୍କୁ ନେଇ ପୁସ୍ତକ ମା ଉନ୍ମୋଚିତ

ଯୁବ କବି ଅମିତାଭଙ୍କ ନିଆରା ଉଦ୍ୟମ; ଜନ୍ମଦାତ୍ରୀଙ୍କୁ ନେଇ ପୁସ୍ତକ ମା ଉନ୍ମୋଚିତ

ପୁସ୍ତକ ମାଧ୍ୟମରେ ମାତୃ ପ୍ରେମର ଅପୂର୍ବ ନିଦର୍ଶନ

ବାରିପଦା: ନିଜ ଜନ୍ମଦାତ୍ରୀ ମା'ଙ୍କ ପ୍ରତି ଥିବା ଅତୁଟ ସ୍ନେହ ଓ ଭଲପାଇବାକୁ କଲମ ମାଧ୍ୟମରେ ଉତାରିଛନ୍ତି ବହିରେ। ମା ପ୍ରତି ଥିବା ମମତାକୁ ଯୁଗ ଯୁଗ ପାଇଁ ସାଇତି ରଖିବାକୁ ଲେଖିଛନ୍ତି ଏକ ପୁସ୍ତକ। ଯୁବ କବି ତଥା ଶିକ୍ଷକ ଅମିତାଭ ମିଶ୍ରଙ୍କ ଏପରି ନିଆରା ଉଦ୍ୟମ ଆଜିର ସମାଜ ପାଇଁ ଉଦାହରଣୀୟ। ଶିକ୍ଷକ ଅମିତାଭ ମିଶ୍ରଙ୍କ ଲିଖିତ ପୁସ୍ତକ “ମା” ସୃଷ୍ଟି କରିଛି ଏକ ନିଆରା ପରମ୍ପରା। ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଏହି ଭିନ୍ନ ସ୍ୱାଦର ପୁସ୍ତକ ଲୋକାର୍ପିତ ହୋଇଯାଇଛି। ପୁସ୍ତକର ଲେଖକ ଶ୍ରୀ ମିଶ୍ର ଏଥିରେ ନିଜ ମାତା ବିଶିଷ୍ଟ କବୟିତ୍ରୀ ତଥା ଅବସରପ୍ରାପ୍ତ ପ୍ରଧାନଶୀକ୍ଷୟିତ୍ରୀ ଶାନ୍ତିଲତା ଆଚାର୍ଯଙ୍କ ଦୀର୍ଘ କର୍ମମୟ ଜୀବନର ସଂକ୍ଷିପ୍ତ ପରିଚୟ ସ୍ଥାନିତ କରିବା ବହୁ ବିରଳ ସ୍ଥିରଚିତ୍ରର ଅବତାରଣା କରିଛନ୍ତି।

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶ୍ରୀ ମିଶ୍ର ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅଛନ୍ତି। ଏଥିପୂର୍ବରୁ ଲେଖକ ଶ୍ରୀ ମିଶ୍ରଙ୍କର ଲିଖିତ ବହୁ କବିତା, ପ୍ରବନ୍ଧ ଓ ସମୀକ୍ଷା ଭିିକ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି। ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ପୁସ୍ତକଟିର ପ୍ରକାଶ ଦାୟୀତ୍ୱ ବହନ କରିଥିବାରୁ ଶ୍ରୀ ମିଶ୍ର ଏକାଡେମୀର ସଭାପତି ସରୋଜ କୁମାର ନାୟକଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe