କୃଷ୍ଣଚନ୍ଦ୍ର ଭୁକ୍ତାଙ୍କ ରଚିତ ‘ଅ’ ଅନୁପ୍ରାସରେ ଅମୂଲ୍ୟ ରାମାୟଣ’ ପୁସ୍ତକ ଲୋକାର୍ପିତ

Advertisment
କୃଷ୍ଣଚନ୍ଦ୍ର ଭୁକ୍ତାଙ୍କ ରଚିତ ‘ଅ’ ଅନୁପ୍ରାସରେ ଅମୂଲ୍ୟ ରାମାୟଣ’ ପୁସ୍ତକ ଲୋକାର୍ପିତ

Sambad

ଜୟପୁର: ବିଶିଷ୍ଟ ସାହିତ୍ୟିକ କୃଷ୍ଣଚନ୍ଦ୍ର ଭୁକ୍ତାଙ୍କ ଦ୍ବାରା ରଚିତ ‘ଅ’ ଅନୁପ୍ରାସରେ ଅମୂଲ୍ୟ ରାମାୟଣ ’ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଡଃ .ସୁରେଶ ଦାଶ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟବକ୍ତା ଭାବେ ଡଃ.ଗଙ୍ଗାଧର ନନ୍ଦ, ବିଶିଷ୍ଟ ବକ୍ତାଭାବେ ମନମୋହନ ଆଚାର୍ଯ୍ୟ, ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଲକ୍ଷ୍ମୀକାନ୍ତ ପାଢ଼ୀ ଯୋଗ ଦେଇ ପୁସ୍ତକଟିକୁ ଲୋକାର୍ପଣ କରିଥିଲେ। ମୂଳ ରାମାୟଣର କଥା, କାହାଣି ଓ କାଳନିର୍ଣ୍ଣୟ ସଂପର୍କରେ ଆଲୋଚକ ମାନେ ମତଦେବା ସହ ଏହି ପୁସ୍ତକଟି ସ୍ବତନ୍ତ୍ର ସୃଷ୍ଟି ଏବଂ ସାଧାରଣ ପାଠକଙ୍କୁ ଆକୃଷ୍ଟ କରିବ ବୋଲି ମତ ପ୍ରକାଶ କରିଥିଲେ।

ଏଥିରେ ବହୁ ଶିକ୍ଷାବିତ୍, ସାହିତ୍ୟିକ, ବୁଦ୍ଧିଜୀବୀ ମାନେ ଭାଗ ନେଇଥିଲେ। ସବିତା ଭୁକ୍ତ ଅତିଥି ମାନଙ୍କୁ ମଂଚକୁ ଆହ୍ବାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଅବରସରପ୍ରାପ୍ତ ଅଧ୍ୟାପକ ପ୍ରେମଚାନ୍ଦ ପଟ୍ଟନାୟକ ଅତିଥି ପରିଚୟ ଦେଇଥିବା ବେଳେ ପ୍ରାରମ୍ଭିକ ସୂଚନା ପ୍ରଫେସର ଶରତ ମହାନ୍ତି ଓ ମନ୍ତ୍ରପାଠ ଯ‌ଜ୍ଞେଶ୍ବର ପଣ୍ଡା କରିଥିଲେ। କାର୍ଯ୍ୟକ୍ରମରେ ଡଃ. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଲେଖକ କୃଷ୍ଣଚନ୍ଦ୍ର ଭୁକ୍ତା ଏହି ପୁସ୍ତକ ସଂପର୍କରେ ସୂଚନା ଦେବା ସହ ଆଯୋଧ୍ୟା ଶ୍ରୀରାମମନ୍ଦିରର ନିର୍ମାଣ ପାଇଁ ୨୫ହଜାର ଟଙ୍କା ବ୍ୟାଙ୍କ ମାଧ୍ୟମରେ ଦାନ କରିଥିଲେ। କାର୍ଯ୍ୟକ୍ରମକୁ ଲେଖକଙ୍କ ତିନି ଝିଅ ସଂଘମିତ୍ରା ଭୁକ୍ତା, ସୂଜାତା ଭୁକ୍ତା, ସବିତା ଭୁକ୍ତା, ନାତୁଣୀ ଡାକ୍ତର ଶତାଦ୍ଦୀ ମିଶ୍ର, ନମତ୍ରା ପଣ୍ଡା ଓ ଜ୍ବାଇଁମାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe