ତାଲାବନ୍ଦ ବେଳେ ଭଦ୍ରକରେ ରବିବାର ଖୋଲା ରହିବ ବହି ଦୋକାନ

Advertisment
ତାଲାବନ୍ଦ ବେଳେ ଭଦ୍ରକରେ ରବିବାର ଖୋଲା ରହିବ ବହି ଦୋକାନ

ଭଦ୍ରକ: ତାଲବନ୍ଦ ବେଳେ ଭଦ୍ରକରେ ରବିବାର ମଧ୍ୟ ବହିଦୋକାନଗୁଡ଼ିକ ଖୋଲା ରହିବ । ବହି ଦୋକାନଗୁଡ଼ିକ ରବିବାର ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଜିଲ୍ଲା ପ୍ରଶାସନ ତରଫରୁ ଏହି ନିର୍ଦେଶନାମା ଜାରି ହୋଇଛି ।

ଭଦ୍ରକ ଜିଲ୍ଲାପାଳ ଡ଼. ଜ୍ଞାନ ଦାସ ଅଟୋ ଚଳାଚଳ ନେଇ ମଧ୍ୟ ନୂଆ ନିର୍ଦେଶନାମା ଜାରି କରିଛନ୍ତି । ଟୁଇଟ ଜରିଆରେ ସେ କହିଛନ୍ତି, ମେଡିକାଲ କାମରେ ବୈଧ ପ୍ରମାଣପତ୍ର ଦେଖାଇ ଅଟୋ ଚଳାଚଳ କରାଯାଇ ପାରିବ । ଅଟୋରେ ରୋଗୀଙ୍କ ସହିତ ଜଣେ ରୋଗୀ ସଂପର୍କୀୟ ଯାଇପାରିବେ । ନିୟମ ଉଲଂଘନ କରେ ୨ ହଜାର ଟଙ୍କା ଜରିମାନା ଅସୁଲି କରାଯାଇପାରିବ ।

publive-image

ସୂଚନାଯୋଗ୍ୟ, ୧୦ କିଲୋମିଟର ଭିତରେ ଅଟୋ ଚାର୍ଜ ୧୦୦ ଟଙ୍କା ଲାଗିବ । ୧୫୦ କିଲୋମିଟର ପାଇଁ ଅଟୋ ଭଡ଼ା ସର୍ବାଧିକ ୧୨୦୦ ଟଙ୍କା ଲାଗିବ । ଏଥିରୁ ଅଧିକ ଭଡ଼ା ଆଦାୟ କଲେ ଅଟୋଚାଳକଙ୍କୁ ଜରିମାନା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe