ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ୨ନଂ ୱାର୍ଡର କୁନ୍ଦାସାହିରେ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ମଧ୍ୟ ସମସ୍ୟାର ସମାଧାନ ପାଇଁ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଦୈନିକ ‘ସମ୍ବାଦ’ରେ ଆଜି ମହାନଦୀ ମେଗା ପାଣି ପ୍ରକଳ୍ପକୁ ଅନେଇ କୁନ୍ଦାସାହିବାସୀ ଶୋଷରେ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆଜି ହି କୁନ୍ଦାସାହିରେ ବିଭାଗୀୟ କର୍ମଚାରୀ ପହଞ୍ଚି ସମସ୍ତ ନଳକୂପ ମରାମତି କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ଖବର ପ୍ରକାଶିତ ହେଲା ପରେ କୁନ୍ଦାସାହିର ସମସ୍ତ ଅଚଳ ନଳକୂପ ହେଲା ମରାମତି
Advertisment
Follow Us