ପୋଖରୀରେ ବୁଡି ୫ବର୍ଷର ଦୁଇ ଭାଇ ଭାଉଣୀଙ୍କ ମୃତ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରୀ ଗାଁରେ ଘଟିଛି ଏକ ଅଘଟଣ। କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ। ଶୁକଦେବ ସାମଲଙ୍କ ନିଜ ୫ବର୍ଷର ଝିଅ ମାମୁନି ସାମଲ ଓ ୫ବର୍ଷର ଭଣଜା ବିଭୀଦ ବିଭୋର ପାତ୍ର ଖେଳୁଥିବା ବେଳେ ଘର ପଛପଟ ପୋଖରୀରେ ବୁଡି ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗଞ୍ଜା ଗାଁ ବିନୋଦ ପାତ୍ର ଓ ପୁଷ୍ପାଞ୍ଜଳି ସାମଲଙ୍କର ଏକ ମାତ୍ର ୫ବର୍ଷ ପୁଅ ବିଭୀଦ ବିଭୋର ପାତ୍ର। ମା’ ପୁଷ୍ପାଞ୍ଜଳି ନିଜ ଡଙ୍କାରୀ ଗାଁର ଅଙ୍ଗନବାଡି କର୍ମୀ ଭାବରେ ଚାକିରୀ କରୁଥିବା ବେଳେ ଗତକାଲି ପୁଅ ବିଭୀଦ ବିଭୋରର ଜନ୍ମଦିନ ଥିବାରୁ ମାମୁଁ ଘର ଡଙ୍କାରୀ ଗାଁ ବୁଲିବାକୁ ଯାଇଥିଲା।

ମାମୁଁ ଶୁକଦେବ ସାମଲ ଓ ଗୀତାଞ୍ଜଳି ସାମଲଙ୍କର ଏକ ମାତ୍ର ୫ବର୍ଷର ଝିଅ ମାମୁନି ସାମଲ ସହ ୧୨ଟା ସମୟରେ ଘର ପଛପଟରେ ଖେଳୁ ଖେଳୁ ଅସାବଧାନତା ଯୋଗୁ ପାଖରେ ଥିବା ପୋଖରୀରେ ବୁଡି ଦୁଇଜଣ ସମ୍ପର୍କୀୟ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି। ଘର ଲୋକ ବହୁ ଖୋଜା ଖୋଜି ପରେ ଦିନ ଗୋଟାଏ ସମୟରେ ପରିବାର ଲୋକେ ପୋଖରୀରେ ଦୁଇ ଜଣଙ୍କର ମୃତ ଦେହ ପାଇଥିଲେ। ଉଭୟଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଡାକ୍ତର ବିବେକାନନ୍ଦ ରାଉତ ଦୁଇ ଜଣଙ୍କୁ ମୃତ ଖୋଷଣା କରିଥିଲେ। ଏଭଳି ଦୁଃଖଦ ଘଟଣା ଶୁଣିବା ପରେ ସାରା ରାଜକନିକା ଅଞ୍ଚଳରେ ଶୋକର ଛାୟାଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe