ଏନଏସି ମାନ୍ୟତା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

Advertisment
ଏନଏସି ମାନ୍ୟତା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

ବୌଦ୍ଧ: ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ଦାବିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ୍ଦ। କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ରାସ୍ତାରେ ଟ୍ରକ ଓ ମାଲ ପରିବହନ ଗାଡ଼ି ଅଟକି ରହିଛି। ଦୋକାନ ବଜାର ମଧ୍ୟ ବନ୍ଦ କରି ପ୍ରତିବାଦକୁ ସମର୍ଥନ କରିଛନ୍ତି ସ୍ଥାନୀୟ ଲୋକେ।
ବୌଦ୍ଧର ପୁରୁଣା କଟକକୁ ମଧ୍ୟ ଏନଏସି ମାନ୍ୟତା ଦାବି କରି ଗତକାଲି ପ୍ରତିବାଦ ହୋଇଥିଲା।

ରାଜ୍ୟ ସରକାର ପ୍ରଥମେ ୩୪ଟି ଛୋଟିଆ ସହରକୁ ବିଜ୍ଞାପତି ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ଏହି ତାଲିକାରେ ବୀରମହାରାଜପୁର ନଥିଲା । ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ଏବଂ ବନ୍ଦ ପାଳନ ପରେ ଗତକାଲି ସଂଧ୍ୟାରେ ସଂପୃକ୍ତ ଅଂଚଳକୁ ଏନଏସିର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର। ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଏନଏସିକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe