ମହୁମାଛି ଆକ୍ରମଣରେ ୧୨ ଜଣ ଗୁରୁତର, ସୋନପୁର ଡାକ୍ତରଖାନାରେ ଭର୍ତ୍ତି

Advertisment
ମହୁମାଛି ଆକ୍ରମଣରେ ୧୨ ଜଣ ଗୁରୁତର, ସୋନପୁର ଡାକ୍ତରଖାନାରେ ଭର୍ତ୍ତି

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ବଉଲସିଙ୍ଗା ଅଙ୍ଗନବାଡ଼ି କେନ୍ଦ୍ରର ୧୦ ଜଣ ଶିଶୁଙ୍କ ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ସେମାନେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦପଳା ପଞ୍ଚାୟତ ବଉଲସିଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବରଗଛରେ ଶତାଧିକ ମହୁମାଛି ଘର କରିଥିବା ବେଳେ ଆଜି ପିଲାଙ୍କ ପାଇଁ ଏହା ବିପଦର କାରଣ ହୋଇଛି । କୌଣସି କାରଣରୁ ମହୁମାଛିମାନେ ଅତର୍କିତ ଭାବରେ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଅଙ୍ଗନବାଡ଼ି ଦିଦି ଓ ଜଣେ ରୋଷେୟାଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe