bbc
ବୌଦ୍ଧ:ବାରହା ଶିକାର ପାଇଁ ୧୧କେଭି ବିଦ୍ୟୁତ ତାରରୁ ହୁକ ପକାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣ ଶିକାରୀଙ୍କ ମୃତ୍ୟୁ ହୋଇଛି। ଖବର ପାଇ ବଘିଆପଡା ଫାଣ୍ଡି ପୁଲିସ ଆସି ଶବ ଜବତ କରିଛି। ଶୁକ୍ରବାର ରାତିରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ମୃତ ବ୍ୟକ୍ତିଦ୍ବୟ ହେଲେ କୁରକୁଚ ଗ୍ରାମର ବୈଶ୍ୟାନନ୍ଦ ଦେହୁରୀ ଓରଫ କାଳିଆ(୫୦) ଓ ରମ୍ଭିକଟା ଗ୍ରାମର କୈରା ବାଘ(୪୦)।
Follow Us