ବୌଦ୍ଧ: ଏସଟିଏଫକୁ ପୁଣି ମିଳିଛି ସଫଳତା। କିଛିଦିନ ପୂର୍ବରୁ ଗ୍ରାହକ ସାଜି ଗୋଟିଏ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଥିଲା। ବୁଧବାର ପୁଣି ଗ୍ରାହକ ସାଜି ଡିଲ କରିବା ବାହାନାରେ ଦୁଇଟି ବଜ୍ରକାପ୍ତା ଜବତ କରିଛି। ଏଠି ସହିତ ଦୁଇ ଶିକାରୀଙ୍କ ଗିରଫ କରିଛି।
ସୂଚନା ଅନୁସାରେ ବଜ୍ରକାପ୍ତା ବିଷୟରେ ସୂଚନା ପାଇ ଏସଟିଏଫ ଦଳ ଶିକାରୀ ସହ ଯୋଗାଯୋଗ କରିଥିଲେ। ଜବତ କରିବା ପରେ ଏସଟିଏଫ ଦୁଇ ବଜ୍ରକାପ୍ତା ଓ ଦୁଇ ଅଭିଯୁକ୍ତଙ୍କୁ ବୌଦ୍ଧ ବନ ବିଭାଗକୁ ହସ୍ତାନ୍ତର କରିଛି।
Follow Us