ଯୁବକଙ୍କୁ ଅପହରଣ ଓ ପୁଲିସକୁ ଆକ୍ରମଣ ଘଟଣା: ଜେଲ୍‌ ଗଲେ ୪ ଅଭିଯୁକ୍ତ

Advertisment
ଯୁବକଙ୍କୁ ଅପହରଣ ଓ ପୁଲିସକୁ ଆକ୍ରମଣ ଘଟଣା: ଜେଲ୍‌ ଗଲେ ୪ ଅଭିଯୁକ୍ତ

କଣ୍ଟାମାଳ: ଗତ ୩ ତାରିଖ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନୋହରପୁର ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜ୍ବାଇଁଙ୍କୁ ଅପହରଣ, ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ଭାଇ ମଦନ ପ୍ରଧାନଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଗତ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆକ୍ରମଣ ହୋଇଥିବା ରାତିରେ ଖବର ପାଇ ମନମୁଣ୍ଡା ଥାନା ଏଏସ୍‌ଆଇ କୁମୁଦ ଭୋଇ ପୁଲିସ ଗାଡ଼ିରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଅପହରଣକାରୀମାନେ ପୁଲିସ ଗାଡ଼ି ଅଟକାଇ ଏଏସ୍‌ଆଇ ଶ୍ରୀ ଭୋଇଙ୍କୁ ଆକ୍ରମଣ କରିଥିଲେ।

publive-image

ଏହି ଘଟଣାର ତଦନ୍ତ କରି ପୁଲିସ ୪ଜଣ ଅଭିଯୁକ୍ତ ସମିତ ମହାଲିଙ୍ଗ, ଶ୍ୟାମସୁନ୍ଦର ଦନ୍ତା, ଚୈତନ୍ୟ ମହାକୁଡ଼, ମନୋଜ ଦନ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହା ସହିତ ଜଣେ ନାବାଳକକୁ ମଧ୍ୟ ଅଟକ ରଖାଯାଇଥିବା ଏସ୍‌ପି ରାଜ ପ୍ରସାଦ ମନମୁଣ୍ଡା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ଦାମୀ ବାଇକ୍‌, ୨ ମୋବାଇଲ୍‌ ଫୋନ୍, ଘଟଣାରେ ବ୍ୟବହୃତ ୨ଟି ଲୁହା ପାଇପ ଓ ୩ଟି ଠେଙ୍ଗା ଜବତ କରିଛି। ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ନାବାଳକକୁ ଶୀଘ୍ର ଧରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe