ଗଞ୍ଜେଇ ସହ ବାଇକ ଜବତ, ୪ ଗିରଫ

Advertisment
ଗଞ୍ଜେଇ ସହ ବାଇକ ଜବତ, ୪ ଗିରଫ

ବୌଦ୍ଧ: କଣ୍ଟାମାଳ ଥାନା ଅନ୍ତର୍ଗତ ମଲିକୁଦ ଠାରେ କଣ୍ଟାମାଳ ପୁଲିସ ଗଞ୍ଜେଇ ସହ ବାଇକ୍‌ ଜବତ କରିଛି। ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଆଇଆଇସି ନରେଶ ପ୍ରଧାନ ପ୍ରକାଶ କରିଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ କଣ୍ଟାମାଳ ପୁଲିସ ପାଟ୍ରୋଲି କରୁଥିବା ବେଳେ ଦୁଇଟି ବାଇକ (ସିଜି୧୩ଏଚ-୩୭୮୩ ) ଏବଂ ନମ୍ବର ବିହୀନ ଏକ ବାଇକ୍‌ରେ ୪ ଜଣ ଆସୁଥିବା ଦେଖି ସେମାନଙ୍କୁ ପୁଲିସ ଅଟକାଇ ଥିଲା। ଯାଞ୍ଚ କରିବାରୁ ସେମାନଙ୍କଠାରୁ ଗଞ୍ଜେଇ ବାହାରି ଥିଲା। ସେମାନେ ଫୁଲବାଣୀ ଜିଲ୍ଲା ଗୋଚାପଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଥିଲା। ପୁଲିସ ଗଞ୍ଜେଇ ଓ ବାଇକକୁଜବତ କରି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର  ମଙ୍ଗଳୁ ଭୋଇଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ତାହା ୧୩ କିଲୋ ୬୦୦ ଗ୍ରାମ ଥିବା ଜଣାପଡିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଛତିଶଗଡ ରାଜ୍ୟ ରାଇଘର ଜିଲ୍ଲାର ଧରମ ସିଂହ(୩୬), ସଂପତ ସିଧାର (୩୫), ରାମଦୟାଲ ଚୈାହାନ (୨୮) ଏବଂ ଲିଲାଧର ବିଶ୍ୱକର୍ମା (୪୪)। ଏନେଇ କଣ୍ଟାମାଳ ଥାନା କେସ ନଂ ୬୩/୨୦୧୮ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe