new indian express
ହରଭଙ୍ଗା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗାଁରେ।
ମିଳିଥିବା ସୂଚନା ଅନୁଯାୟୀ, ଫ୍ରିଜ ତାସଂସ୍ପର୍ଶରେ ଆସି ଜଣେ ୪ ବର୍ଷର ଶିଶୁ ପ୍ରାଣ ହରାଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ ଜଣକ ହେଲେ ହରଭଙ୍ଗା ଥାନା ଧଳପୁର ପଞ୍ଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପୁଅ ରଜତ ବେହେରା। ହରଭଙ୍ଗାର ଅରୁଣ ବେହେରାଙ୍କ ପରିବାର ଗତକାଲି ରାତିରେ ଖାଇ ସାରିବା ପରେ ଶୋଇବାକୁ ଯାଉଥିଲେ। ସେତିକି ବେଳେ ତାଙ୍କ ୪ ବର୍ଷର ପୁଅ ଫ୍ରିଜ ଲଗାଇବାକୁ ଯାଇଥିଲା।
ତେବେ ଫ୍ରିଜକୁ ସଂଯୋଗ କରିଥିବା ତାରରେ ପ୍ଲଗ ନ ଥିବାରୁ ରଜତର ହାତଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ପୁଅ ବିଦ୍ୟୁତ ଆଘାତ ପାଇବା ଦେଖି ବାପା ଧାଇଁ ଯାଇ ମେନ ସୁଇଚଟିକୁ ବନ୍ଦ କରିଥିଲେ ଓ ପୁଅକୁ ଉଦ୍ଧାର କରି ଅଚେତ ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ହରଭଙ୍ଗା ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡ଼ିଛି ।
Follow Us