କଖାରୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଅଜଣା ଗାଡ଼ି: ଡ୍ରାଇଭରଙ୍କ ସହ ୩ ନାବାଳକ ପୁଅ ଗୁରୁତର

Advertisment
କଖାରୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଅଜଣା ଗାଡ଼ି: ଡ୍ରାଇଭରଙ୍କ ସହ ୩ ନାବାଳକ ପୁଅ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫୭ନମ୍ବର ଜାତୀୟ ରାଜପଥ ଉପରେ ଆଜି ଭୋର ସମୟରେ କଖାରୁ ବୋଝେଇ ଟ୍ରକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଏଥିରେ ଟ୍ରକ ଡ୍ରାଇଭରଙ୍କ ସହ ସେଥିରେ ବସିଥିବା ତାଙ୍କର ୩ ନାବାଳକ ପୁଅ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚାରିଛକ ଦମକଳ ବାହିନୀ ସହାୟତାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଟ୍ରକ୍ ରୁ ସେମାନଙ୍କୁ ବାହାର କରିବା ପାଇଁ ପ୍ରାୟ ୧ଘଣ୍ଟ ଲାଗିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ନବରଙ୍ଗପୁରରୁ କଖାରୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe