ହାଇଓ୍ୱାକୁ ପଛପଟୁ ଧକ୍କା ଦେଲା ବାଇକ: ଜଣେ ମୃତ, ଦୁଇ ଗୁରୁତର

Advertisment
ଗାଡ଼ି ଧକ୍କାରେ ମହିଳା ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ବାଗଛେପରା ନିକଟରେ ହାଇଓ୍ୱାକୁ ପଛପଟୁ ଏକ ବାଇକ ଧକ୍କା ଦେଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ହୋଇବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି।

ସୂଚନାନୁସାରେ ବଘିଆପଡା ଅଞ୍ଚଳର ସାନୁଜ ପ୍ରଧାନ, ଅଚ୍ୟୁତ ପ୍ରଧାନ ଓ ଲୁଣିବାହଲ ଅଞ୍ଚଳର ସୁଶାନ୍ତ ମଲ୍ଲିକ ବାଇକ ଯୋଗେ ସୁରସପଖାଳରୁ ବଘିଆପଡା ଫେରୁଥିବା ସମୟରେ ଏକ ହାଇୱା ପଛପଟେ ଧକ୍କା ଦେଇଥିଲା। ଏଥିରେ ଲୁଣିବାହଲର ସୁଶାନ୍ତ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଚ୍ୟୁତ ଏବଂ ସାନୁଜ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣା କଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe