ରାଣୀପଥର ଘାଟିରେ ଦୁର୍ଘଟଣା, ଚାପି ହୋଇ ଟ୍ରକ ଡ୍ରାଇଭର ଓ ହେଲପର ମୃତ!

Advertisment
ଜାତୀୟ ରାଜପଥରେ ପଛପଟୁ ଆସି ଧକ୍କା ଦେଲା ଅଜଣା ଗାଡ଼ି, ଘରକୁ ଫେରୁଥିବା ବେଳେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ସାଂକେତିକ ଫଟୋ

ଫୁଲବାଣୀ : ଫୁଲବାଣୀ ଓ ବୌଦ୍ଧ ରାସ୍ତା ରାଣୀପଥର ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ତାମିଲନାଡୁରୁ ବିଦ୍ୟୁତ ପୋଲ ଧରି ଫୁଲବାଣୀ ଆଡକୁ ଆସୁଥିବା ଲମ୍ବା ବଡ ଟ୍ରକ ଭାରସାମ୍ୟ ହରାଇ ଘାଟିରେ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଚାପି ହୋଇ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଚାରିଛକ ଅଗ୍ନିଶମ କର୍ମଚାରୀଙ୍କ ସହ ସଦର ପୁଲିସ କ୍ରେନ ଲଗାଇ ଉଦ୍ଧାର କରିବାକୁ ବହୁ ଉଦ୍ୟମ କରିଛି। ରାତି ହୋଇ ଯିବାରୁ ମୃତକଙ୍କକୁ ଉଦ୍ଧାର କରିବା ସମ୍ଭବ ହୋଇ ପାରି ନାହିଁ।  ଛୋଟ କ୍ରେନ କାମ ଦେଉନି। ବଡ କ୍ରେନ ଯୋଗାଡ କରାଯାଉଛି।  ଆସନ୍ତାକାଲି ଉଦ୍ଧାର କାର୍ଯ୍ୟ ହେବ ବୋଲି ସଦର ଥାନାଧିକାରୀ ଆଦିତ୍ୟ କୁମାର ସେଠୀ କହିଛନ୍ତି। ହେଲେ ଚାପି ହୋଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe