ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ, ସ୍ୱାମୀ ଗିରଫ

Advertisment
ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ, ସ୍ୱାମୀ ଗିରଫ

ବିଳାସପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘୁଲଘୁଲାପଦର ଗ୍ରାମରେ ଦ୍ୱିତୀୟ ବିବାହ ନିଶାରେ ନିଜ ସ୍ତ୍ରୀ ପିଙ୍କି ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ସ୍ୱାମୀ ଦିଲୀପ ସେଠୀକୁ ଗିରଫ କରିଛି। ଦିଲୀପ ପିଙ୍କିଙ୍କୁ ଘର ଛାଡ଼ି ଚାଲିଯିବାକୁ କହି ଆସୁଥିଲେ। ପିଙ୍କି ନ ଯିବାରୁ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ସକାଳ ୯ଟା ବେଳେ ଦିଲୀପ ଯୋଜନା କରି ଜାଳେଣି କାଠ ସଂଗ୍ରହ ପାଇଁ ପିଙ୍କିଙ୍କୁ ବିଲକୁ ଡାକି ନେଇ ସେଠାରେ ହତ୍ୟା ପାଇଁ ମୁଣ୍ଡକୁ ଲକ୍ଷ୍ୟ କରି ଟାଙ୍ଗିଆରେ ଚୋଟ ମାରିଥିଲା। ମାତ୍ର ପିଙ୍କି ପଳାଇବାକୁ ଉଦ୍ୟମ କଲା ବେଳେ ଟାଙ୍ଗିଆଟି ତାଙ୍କ ପିଠିରେ ବାଜିଥିଲା। ଚିତ୍କାର ଶୁଣି ଶ୍ୱଶୁର ଲିଙ୍ଗ ଓ ଶାଶୂ କଲରୀ ତାଙ୍କୁ ଉଦ୍ଧାର କରିଥିଲେ। ପିଙ୍କିଙ୍କ ଅଭିଯୋଗ ଅନୁଯାୟୀ କେସ ନଂ ୧୧୫ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦଲୀପଙ୍କୁ ପୁଲିସ ଗିରଫ କରିଛି। ଶନିବାର କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe