ବୌଦ୍ଧ ମହାନଦୀ ଭିତରେ ସିଦ୍ଧ ହନୁମାନ ମନ୍ଦିରକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦାବି

Advertisment
ବୌଦ୍ଧ ମହାନଦୀ ଭିତରେ ସିଦ୍ଧ ହନୁମାନ ମନ୍ଦିରକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦାବି

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ମାତଙ୍ଗେଶ୍ୱର ମନ୍ଦିର ପରିସରରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ ପକ୍ଷରୁ ସଭାପତି କୃତିବାସ ପଲିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଐତିହାସିକ ସହର ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ମହାନଦୀ ମଧ୍ୟରେ ଥିବା ସିଦ୍ଧ ହନୁମାନ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ହୋଇଥିବା ବେଳେ ତାର ବିକାଶ କରାଯାଇ ପର୍ଯ୍ୟଟନର ମାନ୍ୟତା ଦେବାପାଇଁ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମନ୍ଦିର ନିକଟକୁ ଲାଗି ରହିଥିବା ବିରାଟ ବରଗଛ ଓ ପିପ୍ପଳ ଗଛର ସୁରକ୍ଷା କରିବା ପାଇଁ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ କାର୍ଯ୍ୟ ହାତକୁ ନେଇଥିବା ବେଳେ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଲୋଚନା ହୋଇଥିଲା।

ମନ୍ଦିରକୁ ଯିବାପାଇଁ କରାଯାଇଥିବା ବ୍ରିଜର ମରାମତି ଗ୍ୟାଲେରୀ, ସିମେଣ୍ଟ ପିଣ୍ଡି, ଫୁଲ ବଗିଚା, ବିଦ୍ୟୁତ କରଣ ଓ ଶୈାଚାଳୟ ନିର୍ମାଣ କରିବା ସହିତ ଅତିଥି ନିବାସ ନିର୍ମାଣ କରାଗଲେ ପର୍ଯ୍ୟଟନମାନଙ୍କୁ ଅଧିକ ଆକର୍ଷିତ କରାଯାଇ ପାରିବ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକରେ ଅବସରପ୍ରାପ୍ତ ପୁଲିସ ଆର୍‌ଆଇ ଦୁର୍ଗାପ୍ରସାଦ ହୋତା, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଘ୍ନରାଜ ବିଶ୍ୱାଳ, ଅବସରପ୍ରାପ୍ତ ଡିଏସ୍‌ପି ଏସ୍‌.କେ. ଜାଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନିଲ ଦଲାଲ, ଶଙ୍କର ମିଶ୍ର, ରୂପେଶ ମିଶ୍ର, କାଳିଆ ସାହୁ, ତ୍ରିନାଥ ପ୍ରସାଦ ହୋତା, ଗରିବ ଚରଣ ମିଶ୍ର, ସୂର୍ଯ୍ୟକାନ୍ତ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦେବାଶିଷ ପୁରୋହିତ ଧନ୍ୟବାଦ ଦେଇଥିଲେ। ଉପଦେଷ୍ଟା ବୋର୍ଡ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe