ବୌଦ୍ଧ/ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୭ସ୍ଥିତ ସିଙ୍ଗାରି ଢାବା ନିକଟରେ ଏକ ବଳଦ ସହ ପିଟି ହୋଇ ବାଇକ ଆରୋହୀ ସାହାଜପାଲ ଗାଁର ମହେଶ୍ୱର ମେହେର(୩୫) ଗୁରୁତର ହୋଇଛନ୍ତି। ବୁଧବାର ମଧ୍ୟାହ୍ନରେ ସେ ବାଇକରେ ବୌଦ୍ଧ ପଟକୁ ଆସୁଥିବା ବେଳେ ବଳଦଟି ଅଚାନକ ବାଇକ ସାମ୍ନାକୁ ଆସିବାରୁ ଭାରସାମ୍ୟ ହରାଇ ପିଟି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ସଦର ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us