Bike Lift Dead Body: ଯାଇପାରିଲା ନାହିଁ ମହାପ୍ରଣାୟ ଗାଡ଼ି, ୬କିମି ବାଇକ୍‌ ବୋହିଲା ଶବ

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶ ପ୍ରସଙ୍ଗରେ ପ୍ରତ୍ୟକ ଗ୍ରାମକୁ ସୁବ୍ୟବସ୍ଥିତ ଗମନାଗମନ ଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ଏଠାକାର ଚିତ୍ର ବିକାଶର ନକ୍ସା ବୟାନ କରୁଛି। ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଡେଣିଗଡ଼ ପଞ୍ଚାୟତ କାଚପାଜୁ ଗ୍ରାମର।

puruna katak

Mahaprayana vehicle stopped due to problem of road in Boudh district. Photograph: (sambad.in)

ପୁରୁଣାକଟକ: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶ ପ୍ରସଙ୍ଗରେ ପ୍ରତ୍ୟକ ଗ୍ରାମକୁ ସୁବ୍ୟବସ୍ଥିତ ଗମନାଗମନ ଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ଏଠାକାର ଚିତ୍ର ବିକାଶର ନକ୍ସା ବୟାନ କରୁଛି। ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଡେଣିଗଡ଼ ପଞ୍ଚାୟତ କାଚପାଜୁ ଗ୍ରାମର। ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ମହାପ୍ରୟାଣ ଗାଡ଼ି ଆସିପାର ନାହିଁ, ଯେଉଁଥି ପାଇଁ ମୃତଦେହକୁ ସଂପର୍କୀୟମାନେ ୬କିମି ପର୍ଯ୍ୟନ୍ତ ବାଇକ୍‌ରେ ବୋହିଛନ୍ତି। 

ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ସୂଚନା ଅନୁସାରେ କାଚପାଜୁ ଗ୍ରାମର ଦୁତିଆ ବେହେରାଙ୍କ ପତ୍ନୀ ସୁନାମତି ବେହେରା (୫୬)ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଅଡେଣିଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ନସୁଧୁରିବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଦିନ ସକାଳେ ଚିକିତ୍ସାଧିନ ଅବସ୍ଥାରେ ସୁନାମତିଙ୍କ ମୃତ୍ୟୁ ହୋଇଥିଲା। 

ଆହୁରି ପଢ଼ନ୍ତୁ: Crocodile Attack: ଛେଳି ବଞ୍ଚାଇବାକୁ ଯାଇଥିଲେ ଯୁବକ, ଟାଣି ନେଉଥିଲା କୁମ୍ଭୀର

ଅଧବାଟରେ ଅଟକିଗଲା ମହାପ୍ରୟାଣା ଗାଡ଼ି

ପରିବାର ଲୋକେ ମହାପ୍ରୟାଣ ଯୋଗେ ନିଜ ବାସଭବନକୁ ଆଣୁଥିବା ବେଳେ ଅଡେଣିଗଡ଼ରୁ କାଚପାଜୁ ରାସ୍ତାର ଅନତି ଦୂରରେ ଏକ ନାଳ ପଡିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ମହାପ୍ରଣାୟ ଗାଡ଼ି ସେଠାରେ ଅଟକିବା ସହ ଆଗକୁ ଯିବା ଅସମ୍ଭବ ହୋଇଥିଲା। ଫଳରେ ମୃତଦେହକୁ ସେଠାରେ ଓହ୍ଲାଇଥିଲେ ପରିବାର ଲୋକେ। ଗ୍ରାମବାସୀ ଓ ପରିବାର ଲୋକେ ଅତି ଯନ୍ତ୍ରଣାର ସହ ଏକ ବାଇକ ଯୋଗେ ଶବକୁ ଦୀର୍ଘ ୬ କିମି ଦେଇ ପାହାଡ଼ିଆ ରାସ୍ତାରେ ଗାଁକୁ ନେଇଥିଲେ।

ଆହୁରି ପଢ଼ନ୍ତୁ: Online Food Dangerous to Health: ଅନଲାଇନରେ ଖାଦ୍ୟ ଅର୍ଡର କରି ଖାଉଥିଲେ ସାବଧାନ ! ସହଜ ସତ ହେଲେ ଆଣିପାରେ ଶରୀରରେ ସମସ୍ୟା...?

ବିକାଶର ଗାଥାକୁ ପ୍ରଶ୍ନବାଚୀ

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଥିବା ବେଳେ ପ୍ରଶାସନ ଓ ସରକାରଙ୍କ ବିକାଶର ଗାଥାକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୂର୍ବରୁ ଏହି ଅବସ୍ଥା ଦେଇ ଗତି କରୁଥିବା ବେଳେ ଏବେ ମଧ୍ୟ ସମାନ ଅବସ୍ଥା ଯୋଗୁ ତାଙ୍କର ଏହି ଅବସ୍ଥାରେ ଅନ୍ତ କେବେ ହେବ ତାକୁ ନେଇ ସଂଶୟ ଦେଖାଦେଇଛି। ଏନେଇ ଜିଲ୍ଲା ପ୍ରଶାସନ ସଜାଗ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe