ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ: ଲୋକଙ୍କ ମୌଳିକ ସମସ୍ୟା ବୁଝିଲେ

Advertisment
ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ: ଲୋକଙ୍କ ମୌଳିକ ସମସ୍ୟା ବୁଝିଲେ

ହରଭଙ୍ଗା: ବୌଦ୍ଧର ନୂଆ ଜିଲ୍ଲାପାଳ ଭାବେ ଜେ. ସୋନାଲ ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣର ୧୨ଘଣ୍ଟା ନପୂରୁଣୁ ଜିଲ୍ଲାପାଳ ଗୁରୁବାର ସକାଳୁ ହରଭଙ୍ଗା ବ୍ଲକ୍‌ର ଉପାନ୍ତ ପଞ୍ଚାୟତ ମହାଲିକପଡ଼ାରେ ପହଞ୍ଚଚିଥିଲେ। ସେଠାରେ ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ପରେ ଉପାନ୍ତ ଗ୍ରାମ ସାତଖଣ୍ଡ, କୁଟିବାରୀ, ହିଞ୍ଜଳ ଭଳି ତିନୋଟି ଗାଁରେ ସିଧାସଳଖ ପହଂଚିଥିଲେ। ଲୋକଙ୍କ ମୌଳିକ ସମସ୍ୟା ରାସ୍ତା, ଘାଟ, ପାଣି, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ, ବିଜୁସ୍ୱାସ୍ଥ୍ୟ କାର୍ଡ, ଜୀବିକା ମିସନରେ ଏସ୍‌ଏଚ୍‌ଜି ଛେଳିଚାଷ ଆଦି ବିଷୟରେ ଆଲୋଚନା କରିଥିଲେ।

ଉପାନ୍ତ ଅଞ୍ଚଳରେ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହିଞ୍ଜଳ ପ୍ରଧାନସାହି ପୋଲ, କୁତିବାରୀ, ସାତଖଣ୍ଡ ଗ୍ରାମର ୩୫ଜଣଙ୍କୁ ମିଳିଥିବା ସରକାରୀ ଜମି ଚିହ୍ନଟ ଦିଗରେ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହିତ ସାତଖଣ୍ଡରେ ଏକ ସରକାରୀ ହାଇସ୍କୁଲ ନିର୍ମାଣ ସାଙ୍ଗକୁ ଭତ୍ତାରୁ ବଂଚିତ ହୋଇଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ। ରାସ୍ତା ସମସ୍ୟା, ପାଣିସମସ୍ୟା କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ଅତିରିକ୍ତ ତହସିଲଦାର ସମ୍ବିତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe