ଦୁର୍ଗମ ଗାଁ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

Advertisment
ଦୁର୍ଗମ ଗାଁ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ସୋମବାର ଅପରାହ୍‌ଣରେ ହରଭଙ୍ଗା ବ୍ଲକ୍‌ର ଉପାନ୍ତ ତଳଗାଁ ପଞ୍ଚାୟତ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ତଳଗାଁ ପଞ୍ଚାୟତର ଗୋତିବିଡ଼ା, ବିରୁଡ଼ି ଏବଂ ରାଣୀସାହି ଭଳି ତିନୋଟି ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିଥିଲେ। ବିରୁଡ଼ି ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ସରିଥିଲେ ସୁଦ୍ଧା ଆଲୁଅ ଜଳୁନଥିବା ଲୋକଙ୍କ ନିକଟରୁ ଜାଣିବାକୁ ପାଇଥିଲେ। ସେହିପରି ବିରୁଡ଼ିରୁ ରାଣୀଗଞ୍ଜ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ଥିବା ମଧ୍ୟ ଜାଣିବାକୁ ପାଇଥିଲେ। ଦୀର୍ଘ ୧୦ କିମି ରାସ୍ତା ନିର୍ମାଣ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଗମନାଗମନ, ପାନୀୟଜଳ, ଚିକିତ୍ସା ସେବା, ଆବାସ ଯୋଜନା, ଚାଉଳ ଆଦି ସମସ୍ୟା ଶୁଣିବା ପରେ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବିଡିଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବ୍ଲକ୍‌ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ପାତ୍ର, କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଅବିନାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe