ପତ୍ନୀଙ୍କୁ ନିର୍ଯାତନା ଓ ଆକ୍ରମଣ ଅଭିଯୋଗରେ ବୌଦ୍ଧ ଡେପୁଟି କଲେକ୍ଟର ଗିରଫ

Advertisment
ପତ୍ନୀଙ୍କୁ ନିର୍ଯାତନା ଓ ଆକ୍ରମଣ ଅଭିଯୋଗରେ ବୌଦ୍ଧ ଡେପୁଟି କଲେକ୍ଟର ଗିରଫ

ଝାରସୁଗୁଡ଼ା:  ଗିରଫ ହେଲେ ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ । ପତ୍ନୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ଝାରସୁଗୁଡା ପୁଲିସ । ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ପରକୀୟା ପ୍ରୀତିରେ ଲିପ୍ତ ହେବା ଅଭିଯୋଗରେ ଡେପୁଟି କଲେକ୍ଟରଙ୍କୁ ଗିରଫ କରାଯାଇଥିବା ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି । ଶରତ ବାଗ୍ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯ୍ୟାତନା ସହିତ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖିଥିବା ନେଇ ପତ୍ନୀ ଦଲିଆ ଦେବନାଥ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ । ଗତ ୨୬ ତାରିଖରେ  ଅଭିଯୁକ୍ତମାନଙ୍କ ନାମରେ ୪୯୮(ଏ), ୩୨୩, ୨୯୪,୫୦୬, ୩୭୯, ୩୪ ଏବଂ ୨୫ /୨୭ ଆର୍ମ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଝାରସୁଗୁଡ଼ା ପୁଲିସ।

ଡେପୁଟି କଲେକ୍ଟରଙ୍କ ପତ୍ନୀ  ଦଲିଆଙ୍କ ଅନୁଯାୟୀ, ସେ ଝାରସୁଗୁଡ଼ା ଲହଣ୍ଡାବୁଡ଼ କଲ୍ୟାଣ ମଣ୍ଡପ ସମ୍ମୁଖରେ ରହୁଛନ୍ତି। ଗତକାଲି ସେ ବସଷ୍ଟାଣ୍ଡ ନିକଟରେ ତାଙ୍କ ସ୍ବାମୀ ଶରତଙ୍କୁ ଦେଖିଥିଲେ। ସେ ତାଙ୍କ କାର ଯୋଗେ ଯାଉଥିବା ବେଳେ ତାଙ୍କ ସହିତ ଜଣେ ଯୁବତୀ ଓ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଥିଲେ। ସେ କାରକୁ ପିଛା କରିଥିଲେ । ସେମାନେ ଏକ ମଦ ଦୋକାନରୁ ମଦ କିଣିବା ପରେ କୋଲାବିରା ଅନ୍ତ ଢ଼ାବାକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସେମାନେ ସେଠାରୁ ଫେରି ଯାନ୍ତ୍ରିକ ବିଦ୍ୟାଳୟ ସମ୍ମୁଖରେ ଥିବା ଜଣଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେ ତାଙ୍କ ମୋବାଇଲ ସୁଟିଂ ମୋଡ଼ ଅନ୍ କରି ଭିତରକୁ ପଶିଥିଲେ। ଘର ଭିତରେ ତାଙ୍କ ସ୍ବାମୀ ଏକ ଖଟରେ ଶୋଇଥିବା ବେଳେ ତାଙ୍କ ପାଖରେ ଉକ୍ତ ଯୁବତୀ ବସିଥିବା ଓ ପାଖରେ ତାଙ୍କ ସ୍ବାମୀଙ୍କ ଭାଇ ଓ ଅନ୍ୟମାନେ ଥିବା ଦେଖିଥିଲେ। ଏହାକୁ ସେ ପ୍ରତିବାଦ କରିବା ପରେ ସେଠାରେ ସମସ୍ତେ ତାଙ୍କୁ ବାଡ଼ି ଓ ଲୁହା ରଡ଼ରେ ମାଡ଼ ମାରିଥିବା ସହିତ ବନ୍ଧୁକ ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏଥିରେ ସେ ଭୟଭୀତ ହୋଇ ସେଠାରୁ ଜୀବନ ରକ୍ଷା କରି କୌଣସି ପ୍ରକାରେ ଖସି ଆସିବାରେ ସମର୍ଥ ହୋଇଥିବା କହିଛନ୍ତି। ସେ ସେଠାରୁ ଏସ୍ପିଙ୍କ ଅଫିସକୁ ଯାଇ ମୌଖିକ ଓ ପରେ ବିଟିଏମ୍ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe