ସୁନାଖାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍: ୨ ଗୁରୁତର, ୩୭ ଆହତ

ସୁନାଖାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍: ୨ ଗୁରୁତର, ୩୭ ଆହତ

ବୌଦ୍ଧ: ବୌଦ୍ଧରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି।  ବୌଦ୍ଧ ଥାନା ବାମଣ୍ଡା ସୁନାଖାଇ ପୋଲ ତଳକୁ ବସଟି ଖସି ପଡ଼ିଥିବା ବେଳେ ୨ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ବୌଦ୍ଧ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଘରୋଇ ବସଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୬୦ରୁ ଅଧିକ ଯାତ୍ରୀ ରହିଥିଲେ। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। କିଛି ଲୋକଙ୍କୁ ବୁର୍ଲା ଭିମସାର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଛି। ତେବେ ଗାଡ଼ିଚାଳକ ମଦ୍ୟପାନ କରିବା ସହ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ବସ୍ ରେ ଥିବା ଯାତ୍ରୀମାନେ। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଉଭୟ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe