ହରଭଙ୍ଗା: ବୌଦ୍ଧ ଓ ଫୁଲବାଣୀ ସୀମାନ୍ତ ରାଣୀ ପଥର ଉପର ଘାଟିରେ ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଡ୍ରାଇଭର ସମେତ କିଛି ଲୋକ ଗୁରୁତର ହୋଇଥିବା ସୂଚନା ରହିଛି। ୨୦ରୁ ଉର୍ଦ୍ଧ୍ବ ବସ୍ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତ ଯାତ୍ରୀ ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରାଯାଇଯିବା ଜଣାପଡିଛି।
/sambad/media/post_attachments/wp-content/uploads/2024/04/ୁହଯଦ.jpg)
ସୂଚନା ଅନୁଯାୟୀ ବୌଦ୍ଧରୁ ସକାଳ ସମୟରେ ଖମ୍ବେଶ୍ୱରୀ ନାମକ ଏକ ଯାତ୍ରୀବାହୀ ବସ୍ ୩୫ ରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଫୁଲବାଣୀ ସୀମାନ୍ତ ରାଣୀ ପଥର ଘାଟିରେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍ ଡ୍ରାଇଭର ସମେତ ସାମ୍ନାରେ ବସିଥିବା କିଛି ଯାତ୍ରୀ ଗୁରୁତର ହୋଇଥିବା ବେଳେ ବସ୍ ରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ତେବେ କିଛି ଗୁରୁତରଙ୍କୁ ଫୁଲବାଣୀ ମେଡିକାଲ ନେଇ ସେଠାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କୁ ଚାରିଛକ ଦମକଳ ବାହିନୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଛନ୍ତି। ଘାଟି ଅଞ୍ଚଳରେ ଗାଡ଼ି ଦୁଇଟି ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
Follow Us