ଗୋରୁ କିଣି ନେଉଥିବା ବେଳେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌, ୫ ଗୁରୁତର

Advertisment
ଗୋରୁ କିଣି ନେଉଥିବା ବେଳେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌, ୫ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମରେ ଗୁରୁବାର ଦିନଦ୍ୱିପହରରେ ୧୧ ଜଣ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରି ସେମାନଙ୍କ ଠାରୁ ୪୦ହଜାର ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାଯାଇଛି
ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବାହାଡ଼ା ଗ୍ରାମର ୧୧ ଜଣ ଚାଷୀ ଗୁରୁବାର ଗୁଦୁଗୁଦା ହାଟରୁ ୧୨ ହଳ ବଳଦ କିଣି ଜଗନ୍ନାଥ ସଡ଼କ ଦେଇ ନିଜ ଗ୍ରାମକୁ ଫେରୁଥିଲେ। ବୌଦ୍ଧ ଥାନା ଅନ୍ତର୍ଗତ ସାମ୍ପୋଚ ନିକଟ ନାଳ ପାଖରେ ଏହି ଚାଷୀ ମାନଙ୍କୁ ୪ ଟି ବାଇକ୍‌ରେ ୧୦ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଆକ୍ରମଣ କରିବା ସହିତ ସେମାନଙ୍କ ଠାରୁ ମୋବାଇଲ ଓ ପ୍ରାୟ ୪୦ ହଜର ଟଙ୍କା ଲୁଟି ଫେରାର୍‌ ହୋଇ ଯାଇଥିଲେ। ଏହି ଚାଷୀମାନେ ଅତି ଅସହାୟ ଭାବେ ଘଟଣାସ୍ଥଳରେ ପଡ଼ି ରହିଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେମାନଙ୍କ ମଧ୍ୟରେ ହଟ କିଶୋର ପ୍ରଧାନ(୬୦), କ୍ଷେତ୍ର ସ୍ୱାଇଁ (୫୦), ପୁରିଆ ମଲ୍ଲ(୬୨), ଗୋପାଳ ମଲ୍ଲ(୪୦) ଓ ତ୍ରିନାଥ ଦଳେଇ(୪୦) ପ୍ରମୁଖ ୫ଜଣ ଆକ୍ରମଣରେ ଗୁରୁତର ହୋଇଥିଲେ। ହଟକିଶୋରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଦୁର୍ବୃତ୍ତଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି। ଜଗନ୍ନାଥ ସଡ଼କରେ ଗାଈ କିଣି ଯାଉଥିବା ଚାଷୀଙ୍କୁ ବାରମ୍ବାର ଆକ୍ରମଣ କରାଯାଉଥିବା ଅଭିଯୋଗ ହେଉଥିଲେ ବି ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe