ଉଲୁଣ୍ଡା: ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଫିଡର ଅଞ୍ଚଳରେ ଗତ ୩ ଦିନ ହେଲା ବିଦ୍ୟୁତ ନାହିଁ। ଏହି ଫିଡର ଅନ୍ତର୍ଗତ ଦାଦରପାଲି, କୁହିଦାଦର, ମଲିଦାଦର, ବଡ଼ମାଳ, ଅମରପାଲି, ଗୌଡ଼ଗାଡରେ ପାନୀୟ ଜଳ ପ୍ରକଳ୍ପ ରହିଛି। ହେଲେ ବିଦୁତ ସମସ୍ୟା ଯୋଗୁଁ ଲୋକେ ପାଣି ପାଇ ପାରୁ ନାହାନ୍ତି। ଲାଇନ ତାର ବଡ଼ମାଳ ଓ ଲୁତୁରପଙ୍କ ମଝିରେ ଛିଣ୍ଡି ଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ହେଲେ କେଉଁଠି ଛିଣ୍ଡିଛି ବିଭାଗୀୟ କର୍ମଚାରୀମାନେ ଜାଣି ପାରୁ ନାହାନ୍ତି। ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଛାତ୍ରଛାତ୍ରୀ ଅନ୍ଧାରରେ ଡିବିରି ଜାଳି କଷ୍ଟରେ ପାଠ ପଢୁଛନ୍ତି। ତୁରନ୍ତ ବିଜୁଳି ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।
୩ ଦିନ ହେଲା ଲାଇନ୍ ନାହିଁ, ଅନ୍ଧାରରେ ଅଞ୍ଚଳବାସୀ
Advertisment
Follow Us