ପୋଖରୀରୁ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ପୋଖରୀରୁ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତର କୃଷ୍ଣପାଲ୍ଲିସ୍ଥିତ ଏକ ପୋଖରୀରୁ ଶୁକ୍ରବାର ତିଲେଶ୍ୱର ହରିଜନ ସାହିର ନକୁଳ ମଙ୍ଗରାଜ (୫୦)ଙ୍କ ଶବ ପୁଲିସ ଉଦ୍ଧାର କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତିଲେଶ୍ୱର ହରିଜନ ସାହିର ନକୁଳ ଗତ ୨୬ତାରିଖରେ ପରିବାର ଲୋକଙ୍କ ସହିତ ପାଟିତୁଣ୍ଡ ହୋଇ ଘରୁ କୁଆଡ଼େ ପଳାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ବି ନକୁଳଙ୍କ ସନ୍ଧାନ ପାଇ ନଥିଲେ। ଶୁକ୍ରବାର ସକାଳେ କୃଷ୍ଣପାଲ୍ଲି ବନ୍ଧରେ ତାଙ୍କର ମୃତ ଶରୀର ଭାସୁଥିବା ଦେଖି ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ପରେ ନକୁଳଙ୍କ ଶବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଯାଇଥିବା ଥାନା ଏଏସ୍‌ଆଇ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe