ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ରେଲ ଧାରଣାରୁ ମୃତଦେହ ଉଦ୍ଧାର କଲା ପୁଲିସ

Advertisment

ରେଳ ଧାରଣାରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି l ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ଅଧୀନସ୍ଥ  ମନମୁଣ୍ଡା ଥାନା  ପୁରୁଣାପାଣି ରେଲୱେ ଷ୍ଟେସନ ନିକଟସ୍ଥ ସାନ ଡୁଙ୍ଗୁରିପାଲି ରେଲୱେ ଟ୍ରାକରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ।

ରେଳ ଧାରଣାରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି l ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ଅଧୀନସ୍ଥ  ମନମୁଣ୍ଡା ଥାନା  ପୁରୁଣାପାଣି ରେଲୱେ ଷ୍ଟେସନ ନିକଟସ୍ଥ ସାନ ଡୁଙ୍ଗୁରିପାଲି ରେଲୱେ ଟ୍ରାକରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ।

dead body

dead body Photograph: (sambad.in)

କଣ୍ଟାମାଳ: ରେଳ ଧାରଣାରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି l ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ଅଧୀନସ୍ଥ  ମନମୁଣ୍ଡା ଥାନା ପୁରୁଣାପାଣି ରେଳ ଷ୍ଟେସନ ନିକଟସ୍ଥ ସାନ ଡୁଙ୍ଗୁରିପାଲି ରେଲୱେ ଟ୍ରାକରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ।

ରେଳ ଧାରଣାରେ ଯୁବକଙ୍କ ଗୋଡ଼ ଛିଣ୍ଡିଯାଇ ଶରୀରରୁ ଅଲଗା ହୋଇପଡିଛି। ଯୁବକ ଜଣକ ପୁରୁଣାପାଣି ଗ୍ରାମର ନରେନ୍ଦ୍ର ବେହେରା ବୋଲି ମନମୁଣ୍ଡା ପୁଲିସ ଚିହ୍ନଟ କରିଛି। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ। ରେଳ ଧାରଣା ନିକଟରୁ ଏକ ମୋବାଇଲ ଓ ଚପଲ ମିଳିଥିବା ବେଳେ ରାସ୍ତା କଡରେ ତାଙ୍କର ବାଇକ ଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ରେଳବାଇ ପୁଲିସ ଓ ମନମୁଣ୍ଡା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା - ବଲାଙ୍ଗିର ନୂତନ ରେଳ ଧାରଣାରେ ଏହା ପ୍ରଥମ ମୃତ୍ୟୁ ବୋଲି ଜଣାପଡିଛି। ଏହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ କହୁଥିବା ବେଳେ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ମନମୁଣ୍ଡା ଥାନାଧିକାରୀ ଅଞ୍ଜଳି ବିଶ୍ଵାଳ ସୂଚନା ଦେଇଛନ୍ତି।

ଅନ୍ୟପଟେ ଏହା ଏକ ସୁପରିକଳ୍ପିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ତେବେ ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe