Advertisment

ଶୁଣ୍ଡିପଦରରେ ଆରଆଇ ଅଫିସ୍ ପ୍ରତିଷ୍ଠା ପାଇଁ ଦାବିପତ୍ର

Advertisment
ଶୁଣ୍ଡିପଦରରେ ଆରଆଇ ଅଫିସ୍ ପ୍ରତିଷ୍ଠା ପାଇଁ ଦାବିପତ୍ର

କଣ୍ଟାମାଳ: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଶୁଣ୍ଡିପଦରଠାରେ ଏକ ନୂତନ ଆରଆଇ ଅଫିସ ପ୍ରତିଷ୍ଠା ଦାବିରେ ବୁଧବାର ପଞ୍ଚାୟତର ୪୦ ରୁ ଅଧିକ ଲୋକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୨୦୨୦ ମେ’ ୨୦ ତାରିଖରେ ବିଳାସପୁର, ବରଗୋଛା, ଦପଲା ଓ ଶୁଣ୍ଡିପଦର ପଞ୍ଚାୟତକୁ ନେଇ କେନ୍ଦ୍ରସ୍ଥଳ ଶୁଣ୍ଡିପଦର ଠାରେ ଆରଆଇ ଅଫିସ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳ ଓ ରାଜସ୍ବ ବିଭାଗ ନିକଟରେ ଦାବି କରିଥିଲେ।

୨୦୨୦ ଜୁଲାଇ ମାସରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଏ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ ନ କରି ବିଳାସପୁର ଓ ଦପଲା ଠାରେ ୨ ଟି ନୂତନ ଆରଆଇ ଅଫିସ ଖୋଲିଦେଲେ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁଣ୍ଡିପଦରଠାରେ ତୁରନ୍ତ ଏକ ଆରଆଇ ଅଫିସ ପ୍ରତିଷ୍ଠା କରାଯାଉ, ନଚେତ ପୂର୍ବଭଳି ମନମୁଣ୍ଡା ଆରଆଇ ସର୍କଲ ଅଧୀନରେ ଶୁଣ୍ଡିପଦର ପଞ୍ଚାୟତ ରହିଥାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ମିଶ୍ର ଦାବିପତ୍ର ଗ୍ରହଣ କରି ଏକ ମାସ ମଧ୍ୟରେ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe