ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଫାଇନାଲ ମ୍ୟାଚରେ ବଲାଙ୍ଗୀର ଚମ୍ପିୟାନ

ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଫାଇନାଲ ମ୍ୟାଚରେ ବଲାଙ୍ଗୀର ଚମ୍ପିୟାନ

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତ ବୁଢ଼ୀପଦର ଟାଙ୍ଗର ପଡିଆରେ ରଘୁନାଥ କ୍ଲବ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ। ଆଜିର ଉଦଯାପନି ମ୍ୟାଚର ପ୍ରଥମ ଦିବସରେ ସୋନପୁର ସହ ବଲାଙ୍ଗୀର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମ ୮ ଓଭର ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ସୋନପୁର ଦଳ ପ୍ରଥମେ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ସମସ୍ତ ଓଭରରେ ୪ ୱେକେଟ ହରାଇ ୬୮ ରନ ସଂଗ୍ରହ କରିଥିବା ବେଳେ ବଲାଙ୍ଗୀର ଦଳ ୫.୧ ଓଭରରେ ୧ ୱେକେଟ ହରାଇ ୬୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ।

ସେହିପରି ଦ୍ୱିତୀୟ ମ୍ୟାଚରେ ଉଲୁଣ୍ଡା ଓ ଜେନା ବ୍ଲାଷ୍ଟର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଲୁଣ୍ଡା ଦଳ ୩ ୱେକେଟ ହରାଇ ୧୧୨ ରନ ସଂଗ୍ରହ କରିଥିବା ବେଳେ ଜେନା ବ୍ଲାଷ୍ଟର ଦଳ ସମସ୍ତ ଓଭରରେ ୯ ୱେକେଟ ହରାଇ ୪୫ରନ ସଂଗ୍ରହ କରି ପରାଜୟ ହୋଇଥିଲେ। ଅପରାହ୍ନରେ ପ୍ରଥମ ମ୍ୟାଚରେ ବିଜୟୀ ବଲାଙ୍ଗୀର ଓ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଥିବା ଉଲୁଣ୍ଡା ଦଳ ମଧ୍ୟରେ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଦଳ ସମସ୍ତ ଓଭରରେ ୪ ୱେକେଟ ହରାଇ ୧୦୫ ରନ ସଂଗ୍ରହ କରିଥିବା ବେଳେ ଉଲୁଣ୍ଡା ଦଳ ସମସ୍ତ ଓଭରରେ ୫ ୱେକେଟ ହରାଇ ୯୬ ରନ ସଂଗ୍ରହ କରି ପରାଜୟ ହୋଇଥିଲେ ଏବଂ ବଲାଙ୍ଗୀର ଦଳ ଫାଇନାଲରେ ପ୍ରବେଶ କରିଥିଲେ। ସନ୍ଧ୍ୟାରେ ଗତକାଲି ଫାଇନାଲରେ ପ୍ରବେଶ କରିଥିବା ବୌଦ୍ଧ ଦଳ ଓ ଆଜିର ବିଜେତା ବଲାଙ୍ଗୀର ଦଳ ମଧ୍ୟ୍ୟରେ ୬ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧ ଦଳ ବୌଦ୍ଧ ଦଳ ୭ ୱେକେଟ ହରାଇ ୪୧ ରନ ସଂଗ୍ରହ କରିଥିବା ବେଳେ ବଲାଙ୍ଗୀର ଦଳ ୪ ୱେକେଟ ହରାଇ ୪୬ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ।

ଉଦଯାପନି ମ୍ୟାଚରେ ଅମ୍ପେୟାର ଭାବେ ବିଶ୍ୱଜିତ ପୁରୋହିତ , ମୋତିଲାଲ କଲତା , ମଙ୍ଗଳୁଦୋରା, ଝସକେତନ ନାଏକ, ପିଣ୍ଟୁ ଭୋକ୍ତା ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସୁଦୀପ ନାଏକ ଦାୟିତ୍ୱ ତୁଲାଇଥିଲେ। ବୀରବିକ୍ରମ ପ୍ରଧାନ, ପ୍ରତାପ ପ୍ରଧାନ ଧାରାବବରଣୀ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ରଘୁନାଥ କ୍ଳବର ସଭାପତି କମ୍ଭୁପ୍ରସାଦ ଲୁହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନି ଦିବସରେ ପଦ୍ମନପୁର ସରପଞ୍ଚ ପ୍ରତାପ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଚାମ୍ପିୟନ ବଲାଙ୍ଗୀର ଦଳଙ୍କୁ ଦଶ ହଜାର ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଦଳକୁ ସାତ ହଜାର ଟଙ୍କା ସହ ଟ୍ରଫି ଦେଇ ପୁରକୃତ କରିଥିଲେ। ସମ୍ମାନିତ ଅଥିତି ଭାବେ ବରିଷ୍ଠ ଆଇନଜିଵୀ ନବ କୁମାର ମିଶ୍ର, ସମାଜସେବୀ ବିନୋଦ ପାତ୍ର, ଜହ୍ନlପଙ୍କ ସମ୍ବାଦ ପ୍ରତିନିଧି ନବକିଶୋର ମେହେର, ସମିତି ସଭ୍ୟ ସୁଶୀଲ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାନ୍ତ ଝାଙ୍କର ସଭା ପରିଚାଳନା ସହ ଅତିଥି ପରିଚାଳନା କରିଥିଲେ। ଆଜିର ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ସିରିଜ ବଲାଙ୍ଗୀର ଦଳର ଆକାଶ ବାଘଙ୍କୁ ପ୍ରଦାନ କରାଯାଇଥିଲା। ସୁବାଷ ଜେନା, ସତ୍ୟାନନ୍ଦ ଭୋକ୍ତା, ଶାନ୍ତନୁ ସାହୁ, ଅନିଲ ସାହୁ, ଅଖିଳ ଭୋକ୍ତା, ଯୁଗଳ ପାଣ୍ଡେ, ରଘୁନାଥ କ୍ଲବର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଦୁଃସାସନ ପ୍ରଧାନଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe