ବୌଦ୍ଧ: ହାତୀ ଆକ୍ରମଣରେ ଜଣେ ମୃତ, ମୃତଦେହକୁ ରାସ୍ତା ଉପରେ ରଖି ବନ ବିଭାଗକୁ ଦୋଷ ଦେଲେ ସ୍ଥାନୀୟ ଲୋକେ

ବୌଦ୍ଧ: ହାତୀ ଆକ୍ରମଣରେ ଜଣେ ମୃତ, ମୃତଦେହକୁ ରାସ୍ତା ଉପରେ ରଖି ବନ ବିଭାଗକୁ ଦୋଷ ଦେଲେ ସ୍ଥାନୀୟ ଲୋକେ

ବୌଦ୍ଧ: ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ୍‌ ଅନ୍ତର୍ଗତ କଣ୍ଟାମାଲ-ଘଣ୍ଟାପଡ଼ା ରାସ୍ତାରେ ଏକ ଅଘଟଣ ଘଟିଯାଇଛି। କଣ୍ଟାମାଲ-ଘଣ୍ଟାପଡ଼ା ରାସ୍ତାସ୍ଥିତ ସିରମାଲଠାରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କଣ୍ଟାମାଲ ପଞ୍ଚାୟତର କଲରାକଟା ଗାଁର କରୁଣା ରଣା। ମୃତକଙ୍କ ବୟସ ୫୦ ବର୍ଷ। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କରୁଣା ଘଣ୍ଟାପଡ଼ା ରାସ୍ତାରେ ଯାଉଥିବା ବେଳେ ସିରମାଲଠାରେ ଅଚାନକ ଏକ ଜଙ୍ଗଲୀ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ କରୁଣାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ମୃତକଙ୍କ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ କଣ୍ଟାମାଲ ତହସିଲଦାନ ବନ୍ଦନା ଖଟୁଆ ଗଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ହାତୀ ଆକ୍ରମଣ ଘଟଣା କଣ୍ଟାମାଲ ଅଞ୍ଚଳ ପାଇଁ ନୂଆ କଥା ନୁହେଁ। ଗତ ଜୁନ୍‌ ମାସରେ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା। କଣ୍ଟାମାଲ ଅଞ୍ଚଳରେ ପ୍ରାୟ ୧୨ଣୁ ଊର୍ଧ୍ୱ ବଣୁଆ ହାତୀ ଉପଦ୍ରବ ଚଳାଇଛନ୍ତି। ହାତୀ ଆତଙ୍କ ଦେଖା ଦେବା ବେଳେ ବନ ବିଭାଗର ଅଣଦେଖା ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରୁଛି। ଡାକ ଯନ୍ତ୍ର ଓ ଅନ୍ୟାନ୍ୟ ଉପାୟରେ ହାତୀକୁ ଘଉଡ଼ାଯାଇ ପାରନ୍ତା। ମାତ୍ର ବନ୍ୟ ବିଭାଗ ଏ ନେଇ ସଚେତନ ନୁହେଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe