ବନ ବିଭାଗ ଗାଡ଼ିକୁ ଗୁଳିମାଡ଼: ୨ ଆହତ, ଜଣେ ଗୁରୁତର

ବନ ବିଭାଗ ଗାଡ଼ିକୁ ଗୁଳିମାଡ଼: ୨ ଆହତ, ଜଣେ ଗୁରୁତର

ବୌଦ୍ଧ: ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଆତତାୟୀମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି। ୪/୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଦୁଇଟି ଗୁଳି ଗାଡ଼ିରେ ବାଜିଛି। ଏଥିରେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-image

ସୂଚନା ଅନୁସାରେ, ଏସିଏଫ୍ ଆଶିଷ କହଁରଙ୍କ ନେତୃତ୍ବରେ ବୌଦ୍ଧ ରେଞ୍ଜ ଅଧୀନ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ବଘିଆପଡ଼ା ନିକଟ ଖଲିଆପାଲି ଜଙ୍ଗଲ ରାସ୍ତାରେ ରାତି ପ୍ରାୟ ଦେଢ଼ଟା ବେଳେ ହଠାତ୍ ଗୁଳି ଫୁଟିଥିଲା। ପଛପଟରୁ ଆକ୍ରମଣ କରାଯାଇଥିଲା। ୪/୫ ରାଉଣ୍ଡ ଗୁଳି ଫୁଟିଥିବା ଅନୁମାନ କରାଯାଉଛି। ସେଥିମଧ୍ୟରୁ ଦୁଇଟି ଗୁଳି ଏସିଏଫଙ୍କ ସ୍ପର୍ପିଓ(ଓଡି-୨୭-ଏ-୨୭ଏ ୨୩୭୭)ରେ ବାଜିଛି। ପଛ କାଚର ଡାହାଣ ପଟରେ ବାଜିଥିବା ଗୁଳି ପଛ ସିଟରେ ବସିଥିବା ୱାଚର୍ ନିଳାଞ୍ଚଳ ପ୍ରଧାନ(୨୯)ଙ୍କ ଡାହାଣ କାନ୍ଧରେ ବାଜିଛି। ବାମ ପଟରେ ବାଜିଥିବା ଗୁଳି ଗାଡ଼ିର ଛାତ ମଧ୍ୟ ଦେଇ ଯାଇ ସାମ୍ନାପଟରୁ ବହାରିଛି। ପଛ ସିଟରେ ବସିଥିବା ୱାଚର ନବ କୁମାର ସାହୁ(୨୩) ନଇଁ ପଡ଼ିବାରୁ ଗୁଳିଟି ତାଙ୍କ ପିଠିରେ ଘସି ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe