ଗୋଦାମରେ ବାଣ ବିସ୍ଫୋରଣ ଘଟଣା: ୫ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟାରେ ବାଣ ଥିବା ଏକ ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୁଲିସ ଗିରଫ କରିଛି।

New Project (27)

ବୌଦ୍ଧ: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟାରେ ବାଣ ଥିବା ଏକ ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା ଜିଆକଟାର କେଳୁ ବେହେରାଙ୍କ ପୁଅ ମାଗିରାମ ବେହେରା (୬୦), ଲକ୍ଷ୍ମୀଧର ପରିଡ଼ାଙ୍କ ପୁଅ କାହ୍ନୁ ପରିଡ଼ା (୨୫), କୁଆକଣ୍ଟାର ଆଲୋକ କଣ୍ଟି, ପୁରୁଣାକଟକର ଲକ୍ଷ୍ମୀଧର ପରିଡ଼ା (୬୦) ଓ ମହେଶ୍ବର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ (୩୮)। 

ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି, ଚଢ଼ଉ ସମୟରେ ପୁଲିସକୁ ବିପୁଳ ପରିମାଣର ବାଣ ମିଳିଛି। କଲେଜ ଛକ, ରୁଗୁଡ଼ିପାଲି, ଏସ୍‌ବିଆଇ କଲୋନି ସମ୍ମୁଖ ଏକ ଭଡ଼ା ଘର ଏବଂ ଅଭିଯୁକ୍ତ ଆଲୋକର ଘରୁ ବାଣ ଜବତ ହୋଇଛି। ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ପୂର୍ବାହ୍‌ଣ ୯ଟା ୩୦ରୁ ୧୦ଟା ୩୦ ମଧ୍ୟରେ  ଜିଆକଟାସ୍ଥିତ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିଆଁକଟାର ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ ବାଣ ଗଚ୍ଛିତ ରଖିଥିଲେ। ଗୋଦାମରେ ଗଚ୍ଛିତ ବ୍ୟାପକ ବୋମା ବିସ୍ଫୋରଣ  ହେବାରୁ ଅନେକଗୁଡ଼ିଏ ଘର ଛାତସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଅନ୍ୟପଟେ ଏଭଳି ବଡ଼ଧରଣର ବିସ୍ଫୋରଣ ଯୋଗୁଁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ବ୍ୟାବସାୟିକ ପ୍ରତିଷ୍ଠାନ କାଚ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।  

Boudh | firecracker

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe