ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମରେ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀମାନେ ଚଢଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।
ସୂଚନାନୁସାରେ ଶନିବାର ବିଳମ୍ବିତ ରାତିରେ ନାରାୟଣପ୍ରସାଦ ଗ୍ରାମର ଉଦୟନାଥ ସାହୁଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା। ତାଙ୍କ ଘରୁ ୪୪ ଲିଟର ବିଦେଶୀ ମଦ ଏବଂ ୨୩ ଲିଟର ବିଅର୍ ଜବତ କରାଯାଇଥିଲା। ଅବକାରୀ ଆଇନ ଅନୁସାରେ ମାମଲା ରୁଜୁ କରି ଉଦୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ବୈାଦ୍ଧ ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନ, ଏସ୍ଆଇ ରମେଶ ମହାନ୍ତି, ଏଏସ୍ଆଇ ରୂପେଶ ମୁଖୀ ପ୍ରମୁଖ ସାମିଲ ଥିଲେ।
ବିଦେଶୀ ମଦ ଜବତ, ୧ ଗିରଫ
Advertisment
Follow Us