ଗଞ୍ଜେଇ ଜବତ, ୨ ଅଟକ

Advertisment
ଗଞ୍ଜେଇ ଜବତ, ୨ ଅଟକ

ବୌଦ୍ଧ: ବୌଦ୍ଧ ସ୍ପେସାଲ ସ୍କ୍ୱାଡ ପକ୍ଷରୁ ଆମ୍ବଝରୀ ପଂଚାୟତର ଖଜୁରୀପଡା ଓ ମାତାଗାଡୁ ଅଂଚଳରେ ଚଢ଼ଉ କରାଯାଇ ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଏସଆଇ ମମତା ହେମ୍ରମଙ୍କ ନେତୃତ୍ୱରେ ସ୍ପେସାଲ ସ୍କ୍ୱାଡ ପକ୍ଷରୁ ଆମ୍ବଝରୀ ପଂଚାୟତର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ପ୍ରାୟ ୧୪ କିଲୋ ଗଂଜେଇ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ମାମଲାରେ ତିନୋଟି ବାଇକ୍ ମଧ୍ୟ ପୁଲିସ ଜବତ କରିଛି। ଏହି ଗଂଜେଇ କାରବାରରେ ଆହୁରି ଅନେକ ଅଭିଯୁକ୍ତ ବାହାରେ ରହିଥିବାରୁ ପୁଲିସ ସେମାନଙ୍କ ପରିଚୟ ଓ ଅନ୍ୟ ତଥ୍ୟ ଗୋପନ ରଖିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe