୧ କୋଟି ୭୫ ଲକ୍ଷ ଟଙ୍କାର ବିପୁଳ ପରିମାଣର ଗଂଜେଇ ଜବତ

Advertisment
୧ କୋଟି ୭୫ ଲକ୍ଷ ଟଙ୍କାର ବିପୁଳ ପରିମାଣର ଗଂଜେଇ ଜବତ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିବାବେଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ସୂଚନା ପାଇଁ ଚଢାଉ କରାଯାଇଥିଲା।

ଆଙ୍କୁନ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୫୧୫ କିଲୋ ଓ ସାନବବଡ଼ା ନକଟସ୍ଥ ଜଙ୍ଗଲରୁ ୫୬୦ କିଲୋ ଗଞ୍ଜେଇ ଜବତ କରାଯିବା ସହିତ ଦୁଇଟି ବାଇକ୍ ( ଓଡି ୩୧- ୯୫୭୨/ ଓଡି ୨୭ ବି ୬୨୪୫) କୁ ଅବକାରୀ ବିଭାଗ ଜବତ କରିଥିବା ଜଣାଯାଇଛି। ଚାଲାଣକାରୀମାନେ ଫେରାର ହୋଇଯାଇଥିବାବେଳେ ଏ ସଂପର୍କରେ ତଦନ୍ତ ଚାଲିଥିବା ଜିଲା ଅବକାରୀ ଅଧୀକ୍ଷକ ଶାନ୍ତିଲତା ମାରାଣ୍ଡି ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଇନସପେକ୍ଟର(ମୋବାଇଲ) ପ୍ରମୋଦ କୁମାର ବଣୁଆ,ସବଇନସପେକ୍ଟର ସତ୍ୟନାରାୟଣ ପ୍ରଧାନ,ଏଏସଆଇ ଅସିତ କୁମାର ପ୍ରଧାନ, ପ୍ରିୟରଂଜନ କହଁର ଓ ରେଣୁପ୍ରିୟା ଦେହୁରୀଙ୍କ ସମେତ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe