India Today
ହରଭଙ୍ଗା : ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ତନାଘନା କରି ବୌଦ୍ଧ-ନୟାଗଡ଼ ଜିଲ୍ଲା ସୀମାନ୍ତ ବାଣୀଗୋଛାରୁ ଅଭିଯୁକ୍ତକୁ ଗିରଫ କରିଛି। ଯୁବତୀଜଣକ ଏକ ବିରଳ ରୋଗରେ ପୀଡ଼ିତ ଥିବା ସତ୍ତ୍ବେ ତାଙ୍କୁ ଦୁଷ୍କର୍ମ କରାଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ପୀଡ଼ିତା ଗତ ୮ତାରିଖ ରାତିରେ ଖିଆପିଆ ସାରି ଘରେ ଏକୁଟିଆ ଶୋଇଥିଲେ। ରାତି ପ୍ରାୟ ୧୨ଟା ବେଳେ ଅଭିମନ୍ୟୁ କହଁର(୫୦) ନାମକ ଜଣେ ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ଗାଁ ସ୍କୁଲ ପାଖରେ ଥିବା ଏକ ବରଗଛ ତଳେ ଦୁଷ୍କର୍ମ କରିଥିଲା। ପୀଡ଼ିତା ବିରୋଧ କରିବାରୁ ଅଭିମନ୍ୟୁ ତାଙ୍କ ମୁହଁକୁ ବାନ୍ଧିଦେବା ସହ ତାଙ୍କୁ ମାଡ଼ ମାରିଥିଲା। ଏ କଥା କାହାକୁ କହିଲେ ଟିକି ଟିକି କରି କାଟି ଫିଙ୍ଗି ଦେବି ବୋଲି ଧମକ ମଧ୍ୟ ଦେଇଥିଲା। ଘଟଣାଦିନ ପୀଡ଼ିତାଙ୍କ ଘର ଲୋକେ ଗାଁରେ ନଥିବାରୁ ସେ କାହାକୁ କିଛି ନକହି ଭୟରେ ଚୁପ ରହିଥିଲେ। ଗତକାଲି ତାଙ୍କର ଭାଇମାନେ ଘରକୁ ଆସିବା ପରେ ସେ ସେମାନଙ୍କୁ ସବୁକଥା କହିଥିଲେ। ଏ ନେଇ ଶୁକ୍ରବାର ଥାନାରେ ଏତଲା ଦିଆଯାଇଛି।
Follow Us